କର୍ତ୍ତବ୍ୟ ସହ ମଣିଷ ପଣିଆ: ଅସହାୟ ବ୍ୟକ୍ତିଙ୍କୁ ନିଜ ହାତରେ ଖୁଆଇଲେ ମହିଳା ପୋଲିସ୍

Published By : Prameya-News7 Bureau | April 07, 2020 IST

ମାଲକାନଗିରି୭/୪: କରୋନା ପ୍ରଭାବରେ ଦେଶ-ରାଜ୍ୟ ସବୁଆଡ଼େ ଲକଡାଉନ। କରୋନା ଭଳି ମହାମାରି ସମୟରେ ସମସ୍ତଙ୍କ ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ସ୍ବାସ୍ଥ୍ୟ ଓ ପୋଲିସ୍ କର୍ମଚାରୀ। ଏହି ସମୟରେ ଏକ ମନଛୁଆଁ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଅସହାୟ ଆଦିବାସୀ ବ୍ୟକ୍ତି ଦୁଇ ମହିଳା ପୋଲିସ୍‌ କର୍ମଚାରୀ ନିଜ ହାତରେ ଖୁଆଇ ଦେଉଛନ୍ତି। ମାଲକାନଗିରି ଜିଲ୍ଲାର ଏହି ଦୁଇ ମହିଳା ପୁଲିସ୍‌ଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।ଏହି ଦୁଇ ମହିଳା ମହିଳା ସବ୍ ଇନେସପେକ୍ଟର ନାଁ ଶୁଭଶ୍ରୀ ଭବାନୀ  ନାୟକ ଏବଂ  ଲକ୍ଷ୍ମୀ ପ୍ରିୟା ମଲ୍ଲିକ।

{"id":250362,"sizeSlug":"large"}

ତେବେ ଶୁଭଶ୍ରୀଙ୍କ ଡ୍ୟୁଟି ପଦ୍ମଗିରି ରାସ୍ତାରେ ପଡିଥିବା ବେଳେ ସେଠାରେ ଜଣେ ଗରିବ ଆଦିବାସୀ ମହିଳା ଭୋକରେ ଛଟପଟ ହେଉଥିବା ଦେଖିଥିଲେ। ଏହା ପରେ ନିଜ ପାଇଁ ଆଣିଥିବା ଖାଦ୍ୟକୁ ଇନେସପେକ୍ଟର ଶୁଭଶ୍ରୀ ସେହି ଆଦିବାସୀ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ। ଏପରି ଆଉ ଏକ ଦୃଶ୍ୟ ଦେଖିବାକି ମିଳିଛି ମାଲକାନଗିରି ସହରରେ ଜଣେ ଭିକାରି ଭୋକରେ ରସିଥିବା ବେଳେ ଇନେସପେକ୍ଟର ଲକ୍ଷ୍ମୀ ପ୍ରିୟା ତାଙ୍କୁ ଖୁଆଇଥିଲେ। ବର୍ତ୍ତମାନ ସମୟରେ ମହିଳା ପୋଲିସ୍ କର୍ମଚାରୀଙ୍କ ଏହି କାର୍ଯ୍ୟ ସମାଜକୁ ଏକ ନୂଆ ବାର୍ତ୍ତା ଦେଇଛି।   

{"id":250363,"width":590,"height":951,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.