Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ତାଞ୍ଜାନିଆରେ ଟାଇଟ୍ ପ୍ୟାଣ୍ଟ ପିନ୍ଧିବା ସାଂସଦଙ୍କୁ ପଡିଲା ମହଙ୍ଗା, ସଂସଦରୁ ବାହାର କରିଦେଲେ ବାଚସ୍ପତି

6/06/2021 at 3:19 PM

ତାଞ୍ଜାନିଆ ୬/୬ : ଜଣେ ମହିଳା କିପରି ପୋଷାକ ପିନ୍ଧିବା ଉଚିତ୍ ତାହା ସ୍ଥିର କରିବାର ଅଧିକାର ନିଜର ରହିଛି । ୟେତେବଡ ଉଚ୍ଚ ପଦବୀରେ ଥିଲେ ମଧ୍ୟ ମହିଳାମାନେ ସେମାନଙ୍କ ପୋଷାକ ଉପରେ ନିଷ୍ପତ୍ତି ନେବା ଏତେ ସହଜ ହୋଇନଥାଏ । ତାଞ୍ଜାନିଆରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ମହିଳା ସାଂସଦଙ୍କୁ ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ତାଙ୍କୁ ସଂସଦରୁ ବାହାର କରି ଦିଆଯାଇଛି ।

ତାଞ୍ଜାନିଆର ଏହି ମହିଳା ସାଂସଦ ହେଉଛନ୍ତି କଣ୍ଡେଷ୍ଟର ସିଚୱାଲେ । ଯାହାଙ୍କୁ ସଂସଦର ବାହାରିଯିବାକୁ କହିଥିଲେ ଜବ୍ ଦୁଗାଇ ବାଚସ୍ପତି । ବାଚସ୍ପତି ମହିଳା ସାଂସଦଙ୍କୁ କହିଥିଲେ, ‘ପ୍ରଥମେ ପୋଷାକ ପିନ୍ଧ ଏବଂ ପରେ ସଂସଦକୁ ଆସ । କଣ୍ଡେଷ୍ଟରର ପୋଷାକ ଦେଖି ଜଣେ ପୁରୁଷ ସାଂସଦ ହୁସେନ୍ ଅମର କହିଥିଲେ, ‘ଆମର କିଛି ଭଉଣୀ ଅଜବ ପୋଷାକ ପିନ୍ଧି ସମାଜକୁ କ’ଣ ଦେଖାଉଛନ୍ତି? ।

ସଂସଦରେ ସମାଜର ଚିନ୍ତାଧାରା ଏବଂ ପ୍ରତିଫଳନ ଦୃଶ୍ୟମାନ ହେଉଛି ବୋଲି ହୁସେନ୍ ଅମର ଯୁକ୍ତି କରିଛନ୍ତି । ସଂସଦର ନିୟମକୁ ଉଦ୍ଧୃତ କରି ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମହିଳାମାନେ କାହିଁକି ଜିନ୍ସ ପିନ୍ଧି ସଂସଦକୁ ଆସିବା କଥା ନୁହେଁ । ସେପଟେ ଘଟଣାକୁ ନେଇ ଅନ୍ୟ ମହିଳା ଆଇନଜୀବୀମାନେ କଣ୍ଡେଷ୍ଟରଙ୍କ ସଂସଦରୁ ବହିଷ୍କାରକୁ ନେଇ ବିରୋଧ କରିଛନ୍ତି । ସେମାନେ କହିଛନ୍ତି ମହିଳା ସାଂସଦଙ୍କୁ ଏହି ପ୍ରକାରେ ସଂସଦରୁ ବହିଷ୍କୃତ କରିବା ଉଚିତ୍ ନୁହେଁ ।

ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍ । ସେପଟେ ସାଂସଦଙ୍କୁ ବାହାର କରିବା ଘଟଣାରେ ବାଚସ୍ପତି କହିଛନ୍ତି ଯେ ମହିଳା ସଦସ୍ୟଙ୍କ ପୋଷାକ ସମ୍ପର୍କରେ ସେ ପ୍ରଥମ ଥର ପାଇଁ ଅଭିଯୋଗ ଗ୍ରହଣ କରିନାହାଁନ୍ତି । ଏପରିକି ସେ ସଂସଦର ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କାହାକୁ ‘ଅପରିଷ୍କାର’ ପୋଷାକରେ ଦେଖାଯାଏ । ତେବେ ତାଙ୍କୁ ଗୃହରେ ପ୍ରବେଶ କରିବାକୁ ଦିଆଯିବନି ।

   Related Posts