Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ବ୍ରେନ୍ ହାମରେଜରେ ମହିଳା ପୋଲିସ ଇନିସପେକ୍ଟରଙ୍କ ମୃତ୍ୟୁ

30/09/2019 at 12:58 PM

ମହିଳା ପୋଲିସ ମମତା ପୱାରଙ୍କର ଏସଜିପିଜିଆଇରେ ଚିକିତ୍ସା ହେଉଥିବା ସମୟରେ  ମୃତ୍ୟୁ ହୋଇଛି। ମମତା ପୱାର ଆଗ୍ରା ମହିଳା ଥାନାର ମୂଖ୍ୟ ଥିଲେ। ଚଳିତ ମାସ ୨୪ ତାରିଖରେ ନିଜ କ୍ବାଟରରେ ସେ ବେହୋଶ ଅବସ୍ଥାରେ ମିଳିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏଡମିଟ୍‌ ହେବା ପରେ ଜଣା ପଡିଥିଲା ଯେ, ସେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ ଓ ରାତିରେ ଔଷଧ ଖାଇବାକୁ ଭୁଲି ଯାଇଥିଲେ। ଏଥିପାଇଁ ତାଙ୍କୁ ବ୍ରେନ ହେମରେଜ୍‌ ହୋଇଥିଲା। ସ୍ଥିତି ଗମ୍ଭୀର ହୋଇଥିବାରୁ ତାଙ୍କୁ ଏସଜିପିଜିଆଇକୁ ସିଫ୍ଟ କରାଗଲା। ସେଠାରେ ଆଇସିୟୁରେ ସେ କୋମାରେ ଥିଲେ।

ଗତ କାଲି ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର ଆଗ୍ରାରେ କରାଯାଇଛି। ପ୍ରୟାଗରାଜ ପୋଲିସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।   ୨୦୦୫ ମସିହାରେ ମମତା ପୱାରଙ୍କ ସ୍ବାମୀ କପିଲ ପୱାର ଜଣେ ଓକିଲ। ଆଗ୍ରାରେ ମମତାଙ୍କ ଶାଶୁଘର । ମମତାଙ୍କର ଗୋଟେ ଝିଅ ଅଛି।

ମମତା ନିଜ ଦୁଇ ଜଣ ଭଉଣୀ ଓ ଭାଇଙ୍କ ମଧ୍ୟରେ ବଢିଥିଲେ। ୨୦୧୬ ମସିହାରେ ସୋ ପୋଲିସ ହୋଇଥିଲେ। ପ୍ରୟାଗରାଜରୁ ଟ୍ରାନ୍ସଫର ହୋଇ ମମତା ୨୦୧୯ରେ ଆଗ୍ରା ଆସିଥିଲେ।

 

   Related Posts