Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଦାବି ପୂରଣ ହେଲାନି : ଲଣ୍ଡା ହୋଇ ନିଜ କେଶ ସବୁକୁ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଲେ ଶିକ୍ଷୟତ୍ରୀ

20/02/2020 at 12:13 PM

ଭୋପାଳ ୨୦/୨: ବୁଧବାର ଦ୍ବିପ୍ରହରରେ ଧାରଣା ଦେଉଥିବା ଜଣେ ମହିଳା ଶିକ୍ଷୟତ୍ରୀ ନିଜ କେଶକୁ ତ୍ୟାଗ କରିବା ପାଇଁ ସାର୍ବଜନିକ ଭାବେ ମୁଣ୍ଡନ କରିଥିଲେ। ମୁଣ୍ଡନ କରାଇଥିବା ମହିଳା ଠିକା ଶିକ୍ଷୟତ୍ରୀଙ୍କ ନାଁ ଡାକ୍ତର ଶାହୀନ ଖାନ୍।

ମୁଣ୍ଡନ କରାଇବା ପରେ ସେ ଅତ୍ୟନ୍ତ ଭାବୁକ ହୋଇଯାଇଥିଲେ ଏବଂ କହିଥିଲେ ଯେ ନିର୍ବାଚନ ପରେ ଠିକା ଶିକ୍ଷୟତ୍ରୀଙ୍କୁ କଂଗ୍ରେସ୍ ପ୍ରତିଶ୍ରୃତି ଦେଇଥିଲା ଯେ ସରକାର ଗଠନ ହେବା ପରେ ସେମାନଙ୍କ ଦାବି ପୂରଣ ହେବ। ସେମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଏବଂ ଏହା ପରେ ସେମାନେ ଯେତେବେଳେ ଆନ୍ଦୋଳନ ଆରମ୍ଭ କରିଥିଲେ ସେତେବେଳେ ଠିକା ଶିକ୍ଷୟତ୍ରୀଙ୍କୁ ଫଲେନ୍ ଆଉଟ୍ ନୋଟିସ୍ ମିଳିବା ଆରମ୍ଭ ହୋଇଯାଇଛି। ସେମାନେ ଏଠାରେ ଦୁଇ ମାସରୁ ଥଣ୍ଡାରେ ଧାରଣା ଦେଉଛନ୍ତି,କିନ୍ତୁ ସରକାର ସେମାନଙ୍କ କଥା ଶୁଣୁନାହାନ୍ତି। ସେମାନେ ପିଲାଙ୍କୁ ପାଠ ପଢ଼ାଇ ତାଙ୍କର ଭବିଷ୍ୟତ ସୁଧାରିଲେ ଏବେ ତାଙ୍କର ନିଜର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି। ଏଠାରୁ ଲିଖିତ ଆଦେଶ ନମିଳିଲେ ସେମାନେ ଉଠିବେ ନାହିଁ।

ଠିକା ଶିକ୍ଷୟତ୍ରୀ ନିୟମତିକରଣ ସଂଘର୍ଷ ମୋର୍ଚ୍ଚାର ଅଧ୍ୟକ୍ଷ ଦେବରାଜ ସିଂହ କହିଥିଲେ ଯେ ଏହାଠାରୁ ଦୁଃଖଦ ଦିନ ଠିକା ଶିକ୍ଷୟତ୍ରୀଙ୍କ ପାଇଁ ଆଉ କିଛି ହୋଇପାରିବ ନାହିଁ  କାରଣ ଜଣେ ମହିଳା ତାଙ୍କ କେଶ ତ୍ୟାଗ କରିଛନ୍ତି। ଡାକ୍ତର ଶାହୀନ ଯେଉଁ କେଶ ତ୍ୟାଗ କରିଛନ୍ତି ଏହାକୁ ସେମାନେ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇବେ। ଏହା ଦ୍ବାରା ସେ ଜାଣି ପାରିବେ ଯେ ସେ ଦେଇଥିବା ପ୍ରତିଶ୍ରୃତି ଏଠାରେ ପାଳନ ହେଉନାହିଁ।

ମହିଳା ଠିକା ଶିକ୍ଷୟତ୍ରୀଙ୍କ ମୁଣ୍ଡନ କରିବା ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟ୍ବିଟ୍ କରି ଲକ୍ଷ୍ୟ ସାଧିଛନ୍ତି।

   Related Posts