ପୁଣି ସଙ୍କଟରେ ଗଜରାଜ: ମାଲ ବୋଝେଇ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ

Published By : Prameya-News7 Bureau | September 17, 2020 IST

ରାଉରକେଲା ୧୭/୦୯ : ରାଉରକେଲା ଷ୍ଟେସନରୁ ପାଖାପାଖି ୩୩ କିଲୋମିଟର ଦୂର ଝାଡ଼ଖଣ୍ଡ ଜରେଇକେଲା ଷ୍ଟେସନ ପରେ ହାତୀ କରିଡରରେ ଘଟିଛି ଦୁଃଖଦ ଘଟଣା । ମାଲ ବୋଝେଇ ଟ୍ରେନ ଧକ୍କାରେ ମାଈ ହାତୀର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ଆଡୁ ଝାଡ଼ଖଣ୍ଡ ଚକ୍ରଧରପୁର ଆଡକୁ ଏକ ମାଲ ବୋଝେଇ ଟ୍ରେନ ଯାଉଥିଲା । ଝାଡ଼ଖଣ୍ଡ ଜରେଇକେଲା ରେଳ ଷ୍ଟେସନ ପରେ ହାତୀ ପଲ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ମାଲ ବୋଝେଇ ଟ୍ରେନ ହାତୀକୁ ଧକ୍କା ଦେଇଥିଲେ । ଟ୍ରେନ ଧକ୍କାରେ ମାଈ ହାତୀର ମୁତ୍ୟୁ ଘଟିଛି । କିଛି ସମୟ ପାଇଁ ଘଟଣା ସ୍ଥଳରେ ଅଟକିଥିଲା ମାଲ ବୋଝେଇ ଟ୍ରେନ । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଟ୍ରେନ କର୍ମଚାରୀଙ୍କୁ ମାର ଧର କରିଥିଲେ । ପରେ ଖବର ପାଇ ଜରେଇକେଲା ବନ ବିଭାଗ ସହ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରିବା ପରେ ମାଲ ବୋଝେଇ ଟ୍ରେନକୁ ଲୋକେ ଛାଡି ଥିଲେ ।

{"id":330735,"sizeSlug":"large"}

ଲୋକଙ୍କ ଦାବି ବାରମ୍ବାର ଏହିଭଳି ଘଟଣା ଘଟୁଥିବା ସତ୍ତ୍ୱେ ପ୍ରଶାସନ କି ବନବିଭାଗ କୌଣସି ପଦକ୍ଷେପ ନେଉନାହାନ୍ତି, ଅଭିଯୋଗ ପରେ ମଧ୍ୟ ଫଳ ଶୂନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.