Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଫେସବୁକରେ ନିଜର ହଟ୍ ଫଟୋ ସେୟାର କରି ଫସିଲେ ଏହି ମହିଳା ଡାକ୍ତର, ରଦ୍ଦ ହୋଇଗଲା ଲାଇସେନ୍ସ

16/06/2019 at 3:00 PM

ନିଜର ହଟ୍ ଫଟୋ ପୋ​‌ଷ୍ଟ କରିଥିବା ଜଣେ ମଡେଲ ତଥା ଡାକ୍ତର ନାଙ୍ଗ୍ ଏମ୍ଓ୍ବିଇ ସାନଙ୍କ ଲାଇସେନ୍ସ ରଦ୍ଦ କରି ଦିଆଯାଇଛି। ଏହି ୨୯ ବର୍ଷିୟ ମହିଳା ଡାକ୍ତର ନାଙ୍ଗ୍ ମିୟାମାରରେ ରୁହନ୍ତି । ଏହାର ବିରୋଧ କରି ନାଙ୍ଗ୍ ନିଜର ବ୍ୟକ୍ତିଗତ ସ୍ବାଧୀନତାକୁ ନେଇ ମୁହଁ ଖୋଲିଛନ୍ତି। ନାଙ୍ଗ୍ ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଅଧିକାଂଶ ସମୟରେ ସେ ନିଜର ଏଭଳି ଫଟୋ ସେୟାର କରନ୍ତି।କିଛି ଦିନ ତଳେ ନାଙ୍ଗ୍ ନିଜର କିଛି ବୋଲ୍ଡ ଫଟୋ ସେୟାର କରିଥିଲେ। ଏହି ଫଟୋରେ ନାଙ୍ଗ୍ ବହୁତ ହଟ୍ ଦେଖାଯାଉଥିଲେ।

ନାଙ୍ଗ୍ ଆମେରିକାନ୍ ମଡ଼େଲ କେନଡଲ୍ ଭଳି ପୋଜ୍‌ ଦେବାକୁ ଚେଷ୍ଟା କରିଥିଲେ। ମାତ୍ର ଜଣେ ଡାକ୍ତରଙ୍କର ଏମିତି ଲୁକ୍ ମିୟାମାର ମେଡିକଲ୍ କାଉନସିଲକୁ ଆପତ୍ତିଜନକ ଲାଗିଥିଲା। ତେଣୁ ସେ ନାଙ୍ଗ୍‌ଙ୍କ ନାଁରେ ଏକ ଚିଠି ଜାରି କରି ତାଙ୍କର ଲାଇସେନ୍ସ ରଦ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ଚିଠିରେ କୁହାଯାଇଥିଲା ଯେ , ନାଙ୍ଗଙ୍କ ପୋଷାକ ପିନ୍ଧିବାର ଢ଼ଙ୍ଗ ସଂସ୍କୁତି ଏବଂ ପରମ୍ପରା ବିରୋଧରେ ଯାଉଛି। ଏହା ପୂର୍ବରୁ ଜାନୁଆରି ମାସରେ ମଧ୍ୟ ନାଙ୍ଗଙ୍କୁ ଫେସବୁକରେ ନିଜର ସମସ୍ତ ଫଟୋ ଡିଲିଟ୍‌ କରିବାକୁ ଆଦେଶ ଦିଆଯାଇଥିଲା । ନାଙ୍ଗ୍‌ ମଧ୍ୟ ଏହି ଓ୍ବାର୍ନିଂ ଲେଟରରେ ସାଇନ କରିଥିଲେ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ପାଳନ ସେ କରିନାହାନ୍ତି। ୨୯ ବର୍ଷିୟ ନାଙ୍ଗ୍ ୨୦୧୭ରେ ମଡେଲିଙ୍ଗ ଆରମ୍ଭ କରିବା ପୂର୍ବରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଡାକ୍ତରି ପାଇଁ ଅଭ୍ୟାସ କରୁଥିଲେ। ନାଙ୍ଗ୍‌ କହିଛନ୍ତି ଯେ, ମେଡିକଲ ଏଥିକ୍ସରେ ଏଭଳି ଡ୍ରେସ କୋଡ୍ ଉପରେ କୈାଣସି କଟକଣା ନାହିଁ ବୋଲି । ରୋଗୀଙ୍କ ଚିକିତ୍ସା କରିବା ସମୟରେ ସେ ଏଭଳି କପଡ଼ା ପିନ୍ଧନ୍ତି ନାହିଁ। ତେଣୁ ମେଡିକଲ୍ କାଉନସିଲଙ୍କ କଥାକୁ ସ୍ବିକାର କରିବେ ନାହିଁ ବୋଲି ସେ କହିଛନ୍ତି। ଏହି କାରଣ ପାଇଁ ଏବେ ନାଙ୍ଗ୍‌ ଏହି ଘଟଣା ବିରୋଧରେ ମାମଲା ରୁଜୁ କରିବାକୁ ଯୋଜନା କରୁଛନ୍ତି । କାରଣ କାଉନସିଲଙ୍କର ଅନ୍ୟ କାହାରି ବ୍ୟକ୍ତିଗତ ସ୍ବାଧୀନତା ଉପରେ କିଛି କହିବାର ଅଧିକାର ନାହିଁ ବୋଲି ନାଙ୍ଗ୍‌ କହିଛନ୍ତି ।

   Related Posts