ଥାନା ଭିତରେ ଥାନା ମହିଳା ଅଧିକାରୀ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖିଛନ୍ତି କାରଣ…

Published By : Prameya-News7 Bureau | September 24, 2019 IST

ଆମ୍ବେଦକରନଗର୨୪|୯: ପ୍ରେମରେ ଧୋକା ଯୋଗୁଁ ଜଣେ ମହିଳା ପୋଲିସ କନେଷ୍ଟେବଲ ଥାନା ଭିତରେ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା କନେଷ୍ଟେବଲଙ୍କ ଶବ ନିକଟରୁ ସୁଇସାଇଡ ନୋଟ ଜବତ ହୋଇଛି। ଏହି ମାମଲାଟି ଆମ୍ବେଦକର ନଗର ଅନ୍ତର୍ଗତ ଜୈତପୁରର  ଥାନାରେ ଘଟିଛି । ମୃତକ ମହିଳାକନେଷ୍ଟେବଲ ଅନୀତା ସରୋଜଙ୍କ ଘର ପ୍ରତାପଗଢ ଜିଲାରେ ।

ଜୈତପୁର ଥାନାରେ ସେ କନ୍‌ଷ୍ଟେବଲ ଭାବେ ୨୦୧୬ ମସିହାରେ ନିଯୁକ୍ତ ହୋଇଥିଲେ । ସୋମବାର ରାତିରେ ଥାନା ଭିତରେ ସେ  ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଏସ୍‌ପି ପହଞ୍ଚି ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଥାନାରେ ମହିଳା କନେଷ୍ଟେବଲଙ୍କ ଆତ୍ମହତ୍ୟା ଯୋଗୁଁ ପୋଲିସ ପ୍ରଶାସନ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି ।    

ସୂଚନାଯୋଗ୍ୟ ଯେ, ମୃତକ ଅନୀତାଙ୍କର ଜଣେ ନିଜ ବ୍ୟାଚମେଟ ସହ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ଧରି ସେ ଅନୀତାଙ୍କ ସହ ଚାକିରି ମଧ୍ୟ କରୁଥିଲେ। ସେହି ସମୟରେ ଉଭୟ ପ୍ରେମ ସମ୍ପର୍କରେ ଆସିଥିଲେ ଓ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ସମୟରେ ପ୍ରେମିକର ଟ୍ରାନ୍ସଫର ଅନ୍ୟତ୍ର ହୋଇଥିଲା।

ଏହାର କିଛି ଦିନ ପରେ ଯୁବକ ବିବାହ ପାଇଁ ଅନୀତାଙ୍କୁ ମନା କରି ଦେଇଥିଲା। ପ୍ରେମରେ ସଫଳ ହୋଇନଥିବାରୁ ଅନୀତା ନିଜ ଜୀବନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.