ମଙ୍ଗଳ ଗ୍ରହରେ ପୁରୁଷଙ୍କ ବିନା ଶିଶୁ ଜନ୍ମ କରିପାରିବେ ମହିଳା
24/06/2019 at 4:02 PM

ମଙ୍ଗଳ ଗ୍ରହରେ ମହିଳା ଏଷ୍ଟ୍ରୋନଟ ପୁରୁଷଙ୍କ ଶୂକ୍ରାଣୁ ଜରିଆରେ ଶିଶୁ ଜନ୍ମ ଦେଇପାରିବେ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ କମ୍ ଗ୍ରାଭିଟିରେ ମଧ୍ୟ ଶୂକ୍ରାଣୁ ସୁରକ୍ଷିତ ରହିପାରିବ । ଏହାଦ୍ୱାରା ମଙ୍ଗଳରେ କଲୋନିୟ ସୃଷ୍ଟି କରିବାରେ ସାହାଯ୍ୟ ମିଳିବ ।

ରିସର୍ଚ୍ଚରୁ ଜଣାପଡିଛି ଫ୍ରୋଜେନ ଶୂକ୍ରାଣୁ କମ୍ ଗ୍ରାଭିଟିରେ ମଧ୍ୟ ସୁରକ୍ଷିତ ରହେ । ଶୂକ୍ରାଣୁ ନମୁନା ବିମାନରେ ପଠାଯାଇ ଅତ୍ୟନ୍ତ କମ୍ ଗ୍ରାଭିଟିରେ ୮ ସେକେଣ୍ଡ ଯାଏଁ ରଖାଯାଇଥିଲା । ଏହି ପ୍ରକ୍ରିୟାରେ ୧୦ ଜଣ ସୁସ୍ଥ ଡୋନରଙ୍କ ଶୂକ୍ରାଣୁ ବ୍ୟବହାର କରାଯାଇଥିଲା ।

ବିୟନା ୟୁରୋପୀୟନ ସୋସାଇଟି ଅଫ ହ୍ୟୁମନ ରିପ୍ରଡକ୍ସନ ଆଣ୍ଡ ଏମ୍ବ୍ରିଓଲୋଜି ବୈଠକରୁ ଏହି ସୂଚନା ମିଳିଛି । ବର୍ସିଲୋନାର ଡିକସେସ୍ ୱିମେନ ହେଲ୍ଥ କି ମେନେଜମେଣ୍ଟ ବୋର୍ଡ ଏହି ବୈଠକର ରିସର୍ଚ୍ଚ ପେପର ଉପସ୍ଥାପନା କରିଥିଲେ ।

ନୂଆ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ସମସ୍ତ ମହିଳା ଏଷ୍ଟ୍ରୋନଟଙ୍କ ଟିମ ମଙ୍ଗଳକୁ ଯାଇ ଶିଶୁ ଜନ୍ମ ଦେଇପାରିବେ । ଦିନେ ମଙ୍ଗଳରେ ଶୁକ୍ରାଣୁ ବ୍ୟାଙ୍କ ତିଆରି କରାଯାଇପାରିବା ନେଇ ଆଶା ପ୍ରକାଶ କରାଯାଇଛି ।

୨ ବର୍ଷ ପୂର୍ବରୁ ବ୍ରିଟିଶ ଏଷ୍ଟ୍ରୋନଟ ହେଲେନ ସର୍ମନ କହିଥିଲେ ଯେ, ନାସାର ଏମିତି ଏକ ଅପ୍ରକାଶିତ ରିପୋର୍ଟ ରହିଛି ଯେଉଁଥିରେ ସମ୍ଭାବିତ ସ୍ପେସ କୃ ସଦସ୍ୟଙ୍କ ଯୌନ ଇଚ୍ଛା ସମ୍ପର୍କରେ ବିଶ୍ଳେଷଣ କରାଯାଇଛି । ହେଲେନଙ୍କ ଅନୁଯାୟୀ, ସମସ୍ତ ମହିଳା ଏବଂ ପୁରୁଷ ଟିମକୁ ମଙ୍ଗଳକୁ ପଠାଯିବା ପାଇଁ ରିପାର୍ଟରେ କୁହାଯାଇଛି ।