Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ମହିଳା ଓକିଲଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୩ କୋଟି ଟଙ୍କାର ସୁନାଗହଣା ପାଇଁ ଚାକର-ଚାକରାଣୀ ମିଶି କରିଥିଲେ ହତ୍ୟା

2/08/2019 at 5:52 PM

ନୂଆଦିଲ୍ଲୀ୨|୮:  ମହିଳା ଓକିଲଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ୩ କୋଟି ଟଙ୍କାର ସୁନାଗହଣା ପାଇଁ ମହିଳା ଓକିଲ କୁଳଜିତ କୌରଙ୍କୁ ହତ୍ୟା କରାଯାଥିଲା ବୋଲି ପୋଲିସ କହିଛି। ଚାକର-ଚାକରାଣୀ ଏବଂ ତାର ସହଯୋଗୀ ତାଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି।

ଦିଲ୍ଲୀର ନୋଇଡା ସେକ୍ଟର-୩୧ରେ ରହୁଥିବା କୁଳଜିତଙ୍କ ଘରେ ୩ କୋଟିରୁ ଅଧିକ ଟଙ୍କାର ସୁନାଗହଣା ଥିବାନେଇ ମହିଳା ଚାକରାଣୀ ରୀତା ଜାଣି ପାରିଥିଲା। ଏହିସବୁ ସୁନାଗହଣକୁ ହାତେଇବା ପାଇଁ ଉଦ୍ୟମ ମଧ୍ୟ ଜାରି ରଖିଥିଲା। ତେବେ ଏଥିରେ ବିଫଳ ହେଲାପରେ ସେ ଏହି ସୁନା ହାତେଇବା ପାଇଁ ଆଉ ୪ଜଣଙ୍କୁ ବିଶ୍ବାସକୁ ନେଇଥିଲା ।

ନିଜ ସ୍ବାମୀ ଲଳିତ ଓ ବାନ୍ଧବୀ ମନୀଷା , ନାବାଳିକା ଝିଅ ସଂଜୁ ଏବଂ ବନ୍ଧୁ କପିଲକୁ କୁଲଜିତଙ୍କ ଘରେ ୩ କୋଟି ଅଧିକ ସୁନାଗହଣା ଅଛି ବୋଲି କହିଥିଲା । ଏହା ହଡପ କରିବା ସମ୍ପର୍କରେ ଏ ସମସ୍ତେ ଷଡଯନ୍ତ୍ର ରଚନା କରିଥିଲେ ।

ସୂଚନାମୁତାବକ, ଘଟଣାର କିଛିଦିନ ପୂର୍ବରୁ ମନୀଷା ଏବଂ ଲଳିତ ନିଜକୁ ସ୍ବାମୀ ସ୍ତ୍ରୀର ପରିଚୟ ଦେଇ କୁଲଜିତଙ୍କ ଘରେ କାମ କରିବାକୁ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ଲଳିତଙ୍କ ଅସଲ ପତ୍ନୀ ହେଉଛି ରୀତା । ରୀତ ଆଗରୁ ହିଁ କୁଲଜିତଙ୍କ ଘରେ କାମ କରୁଥିଲା ।

ମୁଖ୍ୟତଃ ରୀତା ଓ ତା ସ୍ବାମୀ  ଲଲିତ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ଏହି ଷଡ଼ଯନ୍ତ୍ରରେ ସେମାନଙ୍କ ନାବାଳିକା ଝିଅ ସଂଜୁ ଓ ଲଳିତର ତଥାକଥିତ ପତ୍ନୀ ମନିଷା ସାମିଲ ହୋଇଥିଲେ। ମନିଷାର  ବନ୍ଧୁ କପିଲ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲା। ନୂଆ ଭାବେ ମନୀଷା ଓ ସଂଜୁ ନୂଆ ଚାକରାଣୀ ଭାବେ କୁଲଜିତଙ୍କ ଘରେ କାମ କରୁଥିଲେ। ଏହି ହତ୍ୟାକାଣ୍ଡ ପାଇଁ  ୭ଦିନ ଭିତରେ ସମସ୍ତ ଷଡ଼ଯନ୍ତ୍ର ହୋଇଥିଲା ।

ମାତ୍ର ସପ୍ତାହେ କାମ କରିବା ପରେ ଜୁଲାଇ ୧ ତାରିଖ ରାତିରେ ଏ ସମସ୍ତେ ମିଶି ରାତିରେ ମହିଳା ଓକିଲଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ସୁନାଗହଣା ସହ ଘର ସାମ୍ନାରେ ଥିବା କାରକୁ ନେଇ ଚମ୍ପଟ ମାରିଥିଲେ। ଏଥିସହ ଘରେ ଥିବା ଅନ୍ୟ ସାମଗ୍ରୀ ମଧ୍ୟ ନେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ପରେ ନୂଆ ଚାକର-ଚାକରାଣୀ କୁଆଡ଼େ ଗାୟବ ହୋଇଯାଇଥିଲେ। ପରେ ପୋଲିସ ଏମାନଙ୍କୁ କାବୁ କରିଥିଲା।

ଏହି ହତ୍ୟା ଘଟଣାରେ ପୋଲିସ କେବଳ ମନିଷାକୁ ଛାଡି ଅନ୍ୟ ସମସ୍ତଙ୍କୁ ଗିରଫ କରିଛି । ମନୀଷା ଫେରାର ହୋଇଯାଇଛି । ମନୀଷା ନେପାଲ ଚାଲିଯାଇଥିବା ପୋଲିସ ଆଶଂକା କରୁଛି ।

   Related Posts