ରତ୍ନଗିରିରେ ନିଲାମ ହେଲା ଦାଉଦର ୩ ସମ୍ପତ୍ତି, ମିଳିଲା ୧.୧୦କୋଟି ଟଙ୍କା

Published By : Prameya-News7 Bureau | December 02, 2020 IST

ମୁମ୍ବାଇ ୨।୧୨: ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହୀମର ମହାରାଷ୍ଟ୍ର ରତ୍ନଗିରିରେ ଥିବା ୩ଟି ସମ୍ପତ୍ତିକୁ ସରକାର ନିଲାମ କରିଦେଇଛନ୍ତି। ଏହି ସବୁ ସମ୍ପତ୍ତି ମୋଟ ୧ କୋଟି ୧୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ତସ୍କରୀ ଓ ବିଦେଶୀମୁଦ୍ରା ହେରଫେର ଅଧିନିୟ ଆଇନ (ଫେମା) ବଳରେ ଏହି ସବୁ ସମ୍ପତ୍ତିର ନିଲାମ କରାଯାଇଥିବା ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ ଖେଡ ତହସିଲର ଲୋଟେ ଗାଁରେ ଦାଉଦର ଥିବା ୩୦ ଗୁଣ୍ଟା ଓ ୫୦ ଗୁଣ୍ଟାର ଦୁଇଟି ଭୂଖଣ୍ଡ ସାଙ୍ଗକୁ ଏକ ଭବନ ନିଲାମ କରାଯାଇଥିଲା। ଚଳିତ ସପ୍ତାହ ପ୍ରାରମ୍ଭରେ ହୋଇଥିବା ଏହି ନିଲାମରେ ରବୀନ୍ଦ୍ର କାତେ ନାମକ ଜନୈକ ବ୍ୟକ୍ତି ୩ଟି ଜାକ ସମ୍ପତ୍ତିକୁ କିଣି ନେଇଛନ୍ତି।

ଏହି ସମ୍ପତ୍ତି ଲାଗି ସରକାରୀ ଦର ୧ କୋଟି ୯ଲକ୍ଷ ୧୫ ହଜାର ୫୦୦ ଟଙ୍କା ଧାର୍ଯ୍ୟ ଥିଲା।  ନିଲାମ ଧାରୀ ଏସବୁକୁ ୧କୋଟି ୧୦ଲକ୍ଷ ୧ ହଜାର ୫୧ ଟଙ୍କାରେ ନିଲାମ ନେଇଛନ୍ତି। ଗ୍ୟାଙ୍ଗଷ୍ଟରର ଏହି ୩ଟି ସମ୍ପତ୍ତି ସମେତ ମୋଟ ୬ଟି ସମ୍ପତ୍ତିକୁ ନଭେମ୍ବରରେ ନିଲାମ କରାଯିବାର ଥିଲା। ତେବେ କିଛି ବୈଷୟିକ କାରଣ ଯୋଗୁ ଏଥିରେ ବିଳମ୍ବ ହୋଇଛି। ଫେମା ଅତିରିକ୍ତ କମିଶନର ଆର.ଏନ.ଡିସୁଜା ନିଲାମ ହୋଇଥିବା ଦାଉଦର ସମ୍ପତ୍ତି ଜାତୀୟ ରାଜମାର୍ଗର  ଅତ୍ୟନ୍ତ ନିକଟରେ ଥିଲା ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.