Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏଣିକି ମାଗଣାରେ ବ୍ୟବହାର କରିପାରିବେନି ଫୋନ୍‌ ପେ’, ଟ୍ରାଞ୍ଜାକ୍ସନ ପାଇଁ ଲାଗିବ ଚାର୍ଜ

23/10/2021 at 6:08 PM

ନୂଆଦିଲ୍ଲୀ ୨୩/୧୦: ଏବେ ଡିଜିଟାଲ୍‌ ପେମେଣ୍ଟ ଆପ୍‌ ଫୋନ୍‌ ପେ’ ୟୁଜର୍ସଙ୍କ ଠାରୁ ଲୁଟିବାକୁ ବ୍ୟବସ୍ଥା କରିଛି । ଆଉ ମାଗଣାରେ ବ୍ୟବହାର କରିପାରିବେ ନାହିଁ ଫୋନ୍‌ ପେ’।ପ୍ରତିଟି ଟ୍ରାଞ୍ଜାକ୍ସନରେ ପେମେଣ୍ଟ ଆପ୍‌ ଚାର୍ଜ ନେବ ବୋଲି ଜଣାପଡ଼ିଛି । ମୋବାଇଲ୍‌ ରିଚାର୍ଜ କଲେ ୟୁଜର୍ସ ଚାର୍ଜ ​ଦେବେ। ଏବେ ଯାଏଁ ଫୋନ୍‌ ପେ ୟୁଜର୍ସଙ୍କୁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡ଼ୁନଥିଲା। ଫୋନ୍‌ ପେ’ ବ୍ୟବହାର କରି ମୋବାଇଲ୍‌ ରିଚାର୍ଜ କରିବା ମହଙ୍ଗା ହୋଇଛି। କାରଣ ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଏହି ପେମେଣ୍ଟ ଆପ୍‌ ଏଣିକି ୧-୨ ଟଙ୍କା ଚାର୍ଜ ନେବ ।

୫୦ ଟଙ୍କାରୁ ଅଧିକ ରିଚାର୍ଜ କଲେ ହିଁ ଏହି ପ୍ରୋସେସିଂ ଫି ଲାଗୁ ହେବ। ଦେଶରେ ବିମୁଦ୍ରିକରଣ ହେବା ପାଖରୁ ଅନଲାଇନ୍‌ ନେଣଦେଣ ବଢ଼ିଛି। କରୋନା ମହାମାରୀ ପରଠୁ ଏହାର ବ୍ୟବହାର ବହୁଗୁଣିତ ହୋଇଯାଇଛି। କଣ୍ଟାକ୍ଟଲେସ୍‌ ଟ୍ରାଞ୍ଜାକ୍ସନ ଉପରେ ସରକାର ଜୋର ଦେଉଥିବା ବେଳେ ଲୋକେ ମଧ୍ୟ ବିଶ୍ବାସ କରୁଛନ୍ତି। ଲୋକମାନେ ଏଟିଏମ ନେଇ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେଉନାହାନ୍ତି କି ପକେଟ୍‌ରେ ଟଙ୍କା ଧରି ବୁଲିବାକୁ ପଡ଼ୁନାହିଁ । କିନ୍ତୁ ଏହି ସୁବିଧା ପକେଟ୍‌ ଉପରେ ବୋଝ ହେବାକୁ ଯାଉଛି।

୫୦ ଟଙ୍କାରୁ ଉର୍ଦ୍ଧ୍ବ ରିଚାର୍ଜ ଉପରେ ଫୋନ୍‌ ପେ’ ପ୍ରୋସେସିଂ ଫି ନେବ । ବଜାରରେ ଏବେ ଅନେକ ପେମେଣ୍ଟ ଆପ୍‌ ଥିବା ବେ​‌ଳେ ଲୋକେ ଗୁଗଲ ପେ, ପେଟିଏମ୍‌ ଏବଂ ଫୋନ୍‌ ପେ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗୁଗଲ ପେ ଏବଂ ପେଟିଏମ ଟ୍ରାଞ୍ଜାକ୍ସନ ପାଇଁ ଅଧିକ ଚାର୍ଜ କରିନଥିବା ବେଳେ ଫୋନ୍‌ ପେ ଏହି ନିୟମ ଲାଗୁ କରିଛି।

ତେବେ ମିଳିଥିବା ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍‌ ରିଚାର୍ଜ ଉପରେ ଆପ୍‌ କୌଣସି ଚାର୍ଜ ନେବ ନାହିଁ। ୫୦-୧୦୦ ଟଙ୍କା ମଧ୍ୟରେ ରିଚାର୍ଜ ଉପରେ ଏକ ଟଙ୍କା ଏବଂ ତାଠୁ ଅଧିକ ହେଲେ ୨ ଟଙ୍କା ଲାଗିବ। କିନ୍ତୁ ଅନ୍ୟ ଟ୍ରାଞ୍ଜାକ୍ସନ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ​‌

   Related Posts