କରୋନା ସମୟରେ କ୍ଲାସ ହେଉନାହିଁ, ଅନଲାଇନ୍‌ରେ ଚାଲିଛି ପାଠପଢା ; ଫିସ୍‌ କମାଇବାକୁ କଲେଜ ଅଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ

Published By : Prameya-News7 Bureau | November 07, 2020 IST

ଭଦ୍ରକ ୦୭।୧୧: କରୋନା ମହାମାରୀ ଯୋଗୁ ଏବେ ପରିବାରର ଆର୍ଥିକ ସ୍ଥତି ଭଲ ନାହିଁ । ଏକକାଳୀନ ଏତେ ଟଙ୍କା ଦେବା ପାଇଁ ସକ୍ଷମ ନୁହେଁ । କୋର୍ସ ଫିସ କିଛିମାତ୍ରାରେ କମାଇବା ପାଇଁ ମହାବିଦ୍ୟାଳୟ ର ଅଧକ୍ଷ୍ୟଙ୍କୁ ଦାବିପତ୍ର ଦେଇଛନ୍ତି ଛାତ୍ରଛାତ୍ରୀ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର  ପଦାର୍ଥ ବିଜ୍ଞାନ ବିଭାଗ ର ଛାତ୍ରଛାତ୍ରୀ ମାନେ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କରୋନା ଲାଗି ମାର୍ଚ୍ଚ ମାସରୁ କ୍ଳାସ ହେଉନାହିଁ । କେବଳ ଅନଲାଇନ କ୍ଳାସ ହେଉଛି । ପୁଣି ଦ୍ଵିତୟ ଓ ତୃତୀୟ ସେମିଷ୍ଟାର ପରୀକ୍ଷା ପାଇଁ କୋର୍ସ ଫିସ ବାବଦକୁ ୩୦ ହଜାର ଟଙ୍କା କଲେଜରେ ଜମା କରିବା ପାଇଁ ପଡୁଛି । ଏମିତି ସ୍ଥିତିରେ ଏତେ ଟଙ୍କା ଦେବା ପାଇଁ ସମର୍ଥ ନୁହନ୍ତି ସେମାନଙ୍କ ପରିବାର । ସେଥି ପାଇଁ ଅଧକ୍ଷ୍ୟଙ୍କୁ ଦାବିପତ୍ର ଦେବା ସହ କୋର୍ସ ଫିସ କମାଇବା ପାଇଁ ଅନୁରୋଧ  କରାଯାଇଛି । ଏହାସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.