ଜାଗମରା ଜଗନ୍ନାଥ ମନ୍ଦିର ପରିସରରେ ଫିଡିଂ ଇଣ୍ଡିଆ ତରଫରୁ ସ୍ଥାପନ କରାଗଲା ‘ହାପି ଫ୍ରିଜ୍’ ୟୁନିଟ୍, ଜାଣନ୍ତୁ କଣ ହେବ…

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର୧୦|୯: ଅଧିକାଂଶ ସମୟରେ ଆମେ ଦେଖୁ, ବାହାଘର, ବ୍ରତଘର, ଜନ୍ମଦିନ ଭିଳି ବିଭିନ୍ନ ପାର୍ଟି ଫଙ୍କସନରେ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବଳିଗଲେ ଲୋକେ ତାହାକୁ ବାହାରେ ଫିଙ୍ଗି ଦିଅନ୍ତି । ହେଲେ ଏଇ ଫିଙ୍ଗା ଯାଉଥିବା ବଳକା ଖାଦ୍ୟରେ ଯେ କେତେ ଲୋକଙ୍କ କ୍ଷୁଧା ନିବାରଣ ହୋଇପାରିବ ସେ ଚିନ୍ତା କାହାର ନଥାଏ । ତେବେ ଏଭଳି ଫିଙ୍ଗାଯାଉଥିବା ଖାଦ୍ୟକୁ ସଂରକ୍ଷଣ କରି ଗରିବ, ଅବହେଳିତ ଦୁର୍ବଳ ଶ୍ରେଣୀର ଲୋକଙ୍କ କ୍ଷୁଧା ନିବାରଣ କରିବାକୁ ଚିନ୍ତା କରିଛି ଫିଡିଂ ଇଣ୍ଡିଆ ସଂସ୍ଥା ।

{"id":155870}

ଏଥି ପାଇଁ ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ପରିସରରେ ଫିଡିଂ ଇଣ୍ଡିଆ ତରଫରୁ ଏକ ‘ହାପି ଫ୍ରିଜ୍‌’ ୟୁନିଟ୍‌ର ସ୍ଥାପନା  କରାଯାଇଛି । ଯାହାର ଶୁଭାରମ୍ଭ କରିଥିଲେ ନ୍ୟୁଜ୍‌ ସେଭେନ୍‌ ଏଡିଟର ଅର୍ଧେନ୍ଦୁ ଦାସ ।  ଏହି ଅବସରରେ ସ୍ଥାନୀୟ କର୍ପୋରେଟର ରଘୁନାଥ ମହାନ୍ତି, ଫିଡିଂ ଇଣ୍ଡିଆର ବରିଷ୍ଠ କର୍ମକର୍ତ୍ତା ଶ୍ୟାମା ସିଂ, ଡକ୍ଟର ଜେ.ପି.ସିଂ ଏବଂ ପୂର୍ବତନ ବିଧାୟକ ଶରତ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

{"id":155871}

ସ୍ଥାନୀୟ ଅଂଚଳରେ ଏଣିକି ପାର୍ଟି ଫଙ୍କସନରେ ବଳିଯାଉଥିବା ଖାଦ୍ୟକୁ ନଷ୍ଟ ନକରି ଏହି ହାପି ଫିଜ୍‌ରେ ରଖିପାରିବେ । ଯାହା ଅନେକ ଦୁଃଖୀରଙ୍କିଙ୍କ ପେଟ ଭରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.