Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅବିଶ୍ୱାସ ଅଭିଯୋଗକୁ ଖାରଜ କରିଦେଲେ କୋର୍ଟ, ହୁହୁ ହୋଇ ବଢିଗଲା ଫେସବୁକର ସେୟାର, ଏବେ କମ୍ପାନୀର ଦାମ୍ ୭୫ ଲକ୍ଷ କୋଟି ଟଙ୍କା

29/06/2021 at 1:46 PM

ନୂଆଦିଲ୍ଲୀ, ୨୯/୦୬ :  ଫେସବୁକକୁ ବଡ ଆଶ୍ୱସ୍ତି । ଆମେରିକାର ଏକ କୋର୍ଟ ସଙ୍ଘୀୟ ବ୍ୟାପାର ଆୟୋଗ ବା ଏଫଟିସି ଏବଂ ରାଜ୍ୟର ଆଟର୍ଣ୍ଣିଂ ଜେନେରାଲଙ୍କ ଦ୍ୱାରା ଫେସବୁକ ବିରୋଧରେ ଦାଖଲ ମାମଲା ଖାରଜ କରିଛନ୍ତି । ଏହି ନିଷ୍ପତ୍ତି ପରେ ଫେସବୁକର ସେୟାରରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ସେୟାର ମୂଲ୍ୟ ବୃଦ୍ଧି ପରେ ଫେସବୁକର ବଜାର ପୁଞ୍ଜି ବା ମାର୍କେଟ୍ କ୍ୟାପିଟାଲ ପ୍ରଥମ ଥର ୧ ଟ୍ରିଲିୟନ ବା ୭୪୨୯୮୫୦ କୋଟିରୁ ଅଧିକ ହୋଇଛି ।

ଡିଷ୍ଟିକ୍ଟ ଅଫ୍ କଲମ୍ବିଆର ୟୁଏସ କୋର୍ଟର ଜଜ୍ ଜେମ୍ସ ବୋସବର୍ଗ ସୋମବାର ଏହି ମାମଲାର ଶୁଣାଣି କରିଥିଲେ । ସେ କହିଥିଲେ ଯେ, ମାମଲା ଚାଲିଥିବା ବେଲେ ଦାଖଲ ହୋଇଥିବା ପ୍ରମାଣ ପର୍ଯ୍ୟାପ୍ତ ନୁହେଁ । ଫେସବୁକର ବଜାରରେ ଏକଚାଟିଆ ଅଧିକାର ରହିଥିବା ଅଭିଯୋଗ ହେଉଛି । ଏହାକୁ ପ୍ରମାଣ କରିବା ପାଇଁ ପ୍ରମାଣର ଅଭାବ ରହିଛି । ତେବେ ଅଭିଯୋଗକୁ ଖାରଜ କରାଯାଇଥିଲେ ବି ମାମଲା ଚାଲିବ । ଏଫଟିସି ଜୁଲାଇ ୨୯ ସୁଦ୍ଧା ଆଉ ଏକ ନୂଆ ଅଭିଯୋଗ ଦାଖଲ କରିପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲା ଫେସବୁକର ଗତ ୧୦ ବର୍ଷର ପ୍ରଦର୍ଶନକୁ ଦର୍ଶାଉନାହିଁ । ଯାହା ବଜାରରେ କେବଳ ଫେସବୁକର ଦବଦବା ରହିଥିବା ପ୍ରମାଣିତ କରୁନି । ଏହି ମାମଲାରେ ଫେସବୁକ ମୁଖପାତ୍ର କହିଛନ୍ତି ଯେ, ଅଭିଯୋଗକୁ ଖାରଜ କରାଯାଇଥିବାରୁ ଖୁସି ଲାଗୁଛି । ସରକାରୀ ସଂସ୍ଥା ଯେଉଁ ଅଭିଯୋଗ କରିଛି ସେଥିରେ ଥିବା ଦୋଷ ଦୁର୍ବଳ ସାମ୍ନାକୁ ଆସିଛି । ସେହିପରି ଏଫଟିସି ମୁଖପାତ୍ର କହିଛନ୍ତି ଯେ, ଆଦେଶକୁ ସମୀକ୍ଷା କରାଯିବ । ଆଗକୁ ଅନ୍ୟ ବିକଳ୍ପ ଦିଗରେ ଆଲୋଚନା ହେବ ।

ସୂଚନାଯୋଗ୍ୟ, ଆମେରିକା ସରକାର ଓ ୪୮ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ୨୦୨୦ ଡିସେମ୍ବରରେ ଫେସବୁକ ବିରୋଧରେ ଅଭିଯୋଗ କରିଥିଲେ । ଫେସବୁକ ନିଜର ଛୋଟ ପ୍ରତିଦ୍ୱନ୍ଦୀଙ୍କୁ ଚପାଇବା ପାଇଁ ସୋସିଆଲ ନେଟଓ୍ୱର୍କ ବଜାରରେ କବଜା କରି ଦୂରୁପଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏହାସହ ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମକୁ ମଧ୍ୟ ଅଲଗା କରିବା ପାଇଁ ଫେସବୁକ ଚେଷ୍ଟା କରିଥିବା ଅଭିଯୋଗ ଆଣିଥିଲା ଏଫଟିସି ।

ଏଫଟିସି ଆହୁରି ମଧ୍ୟ କହିଥିଲା ଯେ, ଫେସବୁକ ବଜାରରେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍ ଦେବା ପାଇଁ ଏକ ବ୍ୟବସ୍ଥିତ ରଣନୀତି ଆପଣାଉଛି । ଏହାପରେ କମ୍ପାନୀ ୨୦୧୨ରେ ଇନଷ୍ଟାଗ୍ରାମ ଓ ୨୦୧୪ରେ ହ୍ୱାଟସଆପ୍ ଭଳି ଛୋଟ ଓ ନୂଆ କମ୍ପାନୀକୁ କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ବୋସବର୍ଗ ଏଫଟିସି ଦ୍ୱାରା ଦାଖଲ ଅନ୍ୟ ଏକ ଅଭିଯୋଗକୁ ମଧ୍ୟ ଖାରଜ କରିଦେଇଛନ୍ତି ।

   Related Posts