ଫେବ୍ରୁଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ, ୧୧ ତାରିଖରେ ମତ ଗଣନା

Published By : Prameya-News7 Bureau | January 06, 2020 IST

ନୂଆଦିଲ୍ଲୀ ୦୬।୦୧ - ଫେବ୍ରୁଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ ଏ ବିଷୟରେ ୮ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନ ସଭା ପାଇଁ ଫେବ୍ରୁଆରୀ ୮ ତାରିଖର ମତଦାନ ଅନୁଷ୍ଠିତ ହେବ । ୧୧ ତାରିଖରେ ମତ ଗଣନା କରାଯିବ ।

ଏଥର ତ୍ରିକୋଣୀୟ ଲଢେଇ ହେବ ବୋଲି ଆଶା କରାଯାଉଛି । ବିଜେପି , କଂଗ୍ରେ, ଓ ଏଏପି ମଧ୍ୟରେ କଡା ପ୍ରତିଦ୍ୱନ୍ଦୀତା ହୋଇପାରେ । ଗତ ଥର ଆମ ଆଦମୀ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ ।
ବିଜ୍ଞପ୍ତି ପ୍ରକାଶ ଜାନୁଆୀ ୧୪ ମଙ୍ଗଳବାର
ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ୨୧ ଜାନୁଆରୀ ମଙ୍ଗଳବାର
ନାମାଙ୍କନ ପତ୍ର ଯାଞ୍ଚ ୨୨ ଜାନୁଆରୀ
ମାତଦାନ ବା ଭୋଟିଂ - ୮ ଫେବ୍ରୁଆରୀ

ମତ ଗଣନା ୧୧ ଫେବ୍ରୁଆରୀ ମଙ୍ଗଳବାର

wp:core-embed/twitter {"url":"https://twitter.com/ANI/status/1214129757891117056?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1214129757891117056?s=20
/wp:core-embed/twitter

ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୨୨ ତାରିଖରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ।

ପ୍ରାୟ ଦେଢ କୋଟି ମତଦାତାଙ୍କ ସୂଚୀ ଜାରି କରାଯାଇଛି । ଗତ ଲୋକସଭା ନିର୍ବାଚନ ପରେ ଦେଶର ରାଜଧାନୀରେ ଅଢେଇ ଲକ୍ଷ ଯୁବ ଭୋଟର ବଢିଥିବା ଅନୁମାନ କରାଯାଉଛି ।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏବେ ଆମ୍ ଆଦମୀ ପାର୍ଟିର ୬୭ବିଧାୟକ ଥିବା ବେଳେ ବିଜେପିର ୩ ବିଧାୟକ ଅଛନ୍ତି । ଏବେ ଦିଲ୍ଲୀ ବିଧାନସଭାରେ କଂଗ୍ରେସ ବିଧାୟକ ଶୂନ୍ୟ ରହିଛି । ତେଣୁ ଆସନ୍ତା ନିର୍ବାଚନରେ ତିନି ପ୍ରମୂଖ ଦଳର ଦିଲ୍ଲୀ ବିଧାନସଭା ଉପରେ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.