ଏଥର ଫେବୃଆରୀ ପୁରା ନିଆରା, ସବୁ ବାର ପଡ଼ିବ ୪ ଥର…. ୮୨୩ ବର୍ଷ ପରେ ଏପରି ଯୋଗ ?
14/01/2021 at 9:32 PM

ଭୁବନଶ୍ବେର ୧୪/୦୧: ୨୦୨୧ର ଫେବୃଆରୀ କ୍ୟାଲେଣ୍ଡରରେ ଏକ ଅଦ୍ଭୁତ ସଂଯୋଗ । ଅଧିବର୍ଷ ପଡ଼ୁନି କିନ୍ତୁ ସବୁ ବାର ସମାନ। ଅର୍ଥାତ ୪ ସପ୍ତାହରେ ପୁରା ମାସ । ୨୮ ଦିନରେ ସବୁ ବାର ସମାନ ସମାନ। ମାନେ ରବିବାରଠାରୁ ଶନିବାର ସବୁ ୪ ଥର ଲେଖାଏଁ ଆସୁଛି। ୧ ତାରିଖ ଦିନଟି ସୋମବାର ପଡ଼ୁଥିବା ବେଳେ ୨୮ରେ ରବିବାର ସହ ମାସ ସରୁଛି ।
ଚଳିତ ବର୍ଷ ଫେବୃଆରୀର ୭, ୧୪, ୨୧ ଏବଂ ୨୮ ରବିବାର ପଡ଼ୁଛି। ସେହିଭଳି ୧, ୮, ୧୫ ଓ ୨୨ ତାରିଖ ସୋମବାର। ମଙ୍ଗଳବାରର ତାରିଖ ଗୁଡ଼ିକ ହେଲା ୨, ୯, ୧୬ ଓ ୨୩। ବୁଧବାର ପଡ଼ୁଛି ୩,୧୦,୧୭ ଏବଂ ୨୪। ଗୁରୁବାର ପଡ଼ିବ ୪,୧୧,୧୮ ଓ ୨୫ ତାରିଖ। ଶୁକ୍ରବାରର ତାରିଖ ଗୁଡ଼ିକ ହେଲା ୫,୧୨,୧୯ ଏବଂ ୨୬। ସେହିପରି ଶନିବାରର ତାରିଖ ସବୁ ହେଲା ୬,୧୩,୨୦ ଏବଂ ୨୭। କୁହାଯାଉଛି ଏପରି ଯୋଗ କୁଆଡ଼େ ୮୨୩ ବର୍ଷରେ ଥରେ ପଡ଼େ। କିନ୍ତୁ ତାହାର କିଛି ପ୍ରାମାଣିକ ତଥ୍ୟ ନାହିଁ।
ସୋସିଆଲ ମିଡିଆରେ ଘୁରୁଥିବା କିଛି ମେସେଜ୍ରେ ଆହୁରି ମଜାଦାର ତଥ୍ୟ । ଚୀନବାସୀ ବେଶୀ ବିଶ୍ବାସ କରୁଥିବା ଫେନସୁଇ ଅନୁସାରେ ଚଳିତବର୍ଷର ଫେବୃଆରୀ ମାସଟି ଭାରି ଶୁଭ। କିନ୍ତୁ କାହିଁକି ଶୁଭ ତାହାର କାରଣ ଓ ଯୁକ୍ତି ଅସ୍ପଷ୍ଟ। ଶୁଭ ହେଲେ କଣ କାହାକୁ ହେବ ତାହା ବି ବିନା ଯୁକ୍ତି ପ୍ରମାଣରେ ଅନେକ ବର୍ଣ୍ଣନା କରାଯାଉଛି। ତେବେ ଏତିକି ସତ ଯେ, ଫେବୃଆରୀ କ୍ୟାଲେଣ୍ଡରରେ ସବୁ ବାରକୁ ସମାନ ସମାନ ଗୁରୁତ୍ବ ମିଳିଛି। ଅର୍ଥାତ ସବୁ ୪ ଥର । ତେବେ ଏହି ମାସ କାହାକୁ କେତେ ଶୁଭ ଓ କେତେ ଅଶୁଭ ତାହା ମାର୍ଚ୍ଚ ୧ ତାରିଖରେ ହିଁ ଜଣାପଡ଼ିବ।