Everve EF-1 ଇଲେକ୍‌ଟ୍ରିକ୍‌ ସ୍କୁଟରରେ ଅନେକ ଫିଚର, ଦାମ୍ ୨ ଲକ୍ଷ…

Published By : Prameya-News7 Bureau | February 12, 2020 IST

ନୂଆଦିଲ୍ଲୀ୧୨|୨: ଅଟୋ ଏକ୍ସପୋ ୨୦୨୦ରେ ଇଲେକ୍‌ଟ୍ରିକ୍‌ ଗାଡିକୁ ଶୋ-କେସ୍‌ କରିବାର ଟ୍ରେଣ୍ଡ ଚାଲିଛି। ଚଳିତ ବର୍ଷ ଅଟୋ ଏକ୍ସପୋରେ ଅନେକ ଇଲେକ୍‌ଟ୍ରିକ୍‌ ଗାଡି ଦେଖିବାକୁ ମିଳିଛି। ତେବେ ଏହି ଏକ୍ସପୋରେ Everve EF-1ର ଇଲେକ୍‌ଟ୍ରିକ୍‌ ସ୍କୁଟର ଲଞ୍ଚ କରାଯାଇଛି। ଏହି ଇଲେକ୍‌ଟ୍ରିକ୍‌ ସ୍କୁଟରରେ ଇଲେକ୍‌ଟ୍ରିକ୍‌ ମୋଟର ଓ ଡୁଆଲ ଲିଥିୟମ୍‌ ଆୟନର ବ୍ୟାଟରୀ ପ୍ୟାକ୍‌ ରହିଛି। କମ୍ପାନୀ ଅନୁସାରେ ଏବେ ଏହି ଗାଡି ବିକ୍ରି ପାଇଁ ଉପଲବ୍ଧ ହୋଇନାହିଁ। ତେବେ ଚଳିତ ବର୍ଷ ଶେଷ ଆଡକୁ ଏହା ବଜାରକୁ ଆସିବ। ଏହି ଗାଡିର ଡିଜାଇନ୍‌ ମଧ୍ୟ ଅନ୍ୟ ଇଲେକ୍‌ଟ୍ରିକ୍‌ ସ୍କୁଟକରଠାରୁ ଖୁବ ଅଲଗା। Everve EF-1ର ଇଲେକ୍‌ଟ୍ରିକ୍‌ ସ୍କୁଟର bulbous ଶେପ୍‌ ଯୋଗୁଁ ଗାଡି ବହୁତ ସ୍ପୋର୍ଟି ଲୁକ୍‌ ଦିଏ।

{"id":223554,"sizeSlug":"large"}

ଏହି ଇଲେକ୍‌ଟ୍ରିକ୍‌ ସ୍କୁଟର ଫ୍ରଣ୍ଟରେ LED DRL ଓ ସର୍କୁଲାର ହ୍ୟାଣ୍ଡଲାମ୍ପ ମଧ୍ୟ ରହିଛି। ଏହି ସ୍କୁଟରରେ କାର୍ବନ ଫାଇବର୍ସ ରହିଛି। ଯେଉଁଥିପାଇଁ ସ୍କୁଟରର ଲୁକ୍‌ ଖୁବ ଭଲ ରହିଛି। ସ୍କୁଟରର ଚେସିସ୍‌ ଏଲୁମିନିୟମ୍‌ ଓ ଷ୍ଟିଲରେ ତିଆରି କରାଯାଇଛି ଯାହା ଗାଡିକୁ ମଜ୍‌ବୁତ କରିଛି। ଏହା ସହ ଗାଡିରେ ୱାଇଡ୍‌ ସିଟ୍‌ ରହିଛି। ସ୍କୁଟର EF-1ରେ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍‌ ରହେ। ଥରେ ଚାର୍ଜ କଲେ ଗାଡି ୧୧୦ କିମି ଯାଏଁ ଚାଲିବ। ଦେଢ ଘଣ୍ଟାରେ ସ୍କୁଟର ୫୦ ପ୍ରତିଶତ ଚାର୍ଜ ହୋଇପାରିବ। ୫ ଘଣ୍ଟାରେ ଗାଡି ଫୁଲ ଚାର୍ଜ ହୋଇପାରିବ।

{"id":223562,"sizeSlug":"large"}

Everve EF-1 ଇଲେକ୍‌ଟ୍ରିକ୍‌ ସ୍କୁଟରରେ ପ୍ରିମିୟମ୍‌ ହାର୍ଡୱେର ରହିଛି। ଏହା ସହ ଗାଡିରେ USD ଫର୍କ up Front, ପ୍ରି ଲୋଡେଡ୍‌ ଏଡ୍‌ଜଷ୍ଟେବଲ ଓ ରିୟରରେ ଡୁଆଲ ଶକ୍‌ ଏବ୍‌ଜର୍ବର ରହିଛି। ଗାଡିରେ ଡିସ୍କ ବ୍ରେକ୍‌, ୧୨୦ ସେକ୍ସନ୍‌ର Maxxix ଟାୟର ରହିଛି। ସ୍କୁଟରରେ ୭ ଇଞ୍ଚର TFT ଡିସପ୍ଲେ ରହିଛି। Ather ସ୍କୁଟର ଭଳି ଏହି ସ୍କୁଟରରେ ମଧ୍ୟ Over-the-Air (OTA) ଅପ୍‌ଡେଟ୍‌ ମିଳିବ। ଏହି ସ୍କୁଟରର ଦାମ୍‌ ୨ ଲକ୍ଷ ପାଖାପାଖି ରହିବ।

wp:heading

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.