Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

କରୋନା କାରଣରୁ ଘାରିଥିଲା ଚାକିରି ଚାଲି ଯିବାର ଭୟ, ପୂରା ପରିବାର କଲା ଆତ୍ମହତ୍ୟା

26/07/2020 at 10:10 PM

ବେଙ୍ଗାଲୁରୁ ୨୬।୦୭: ମହାମାରୀ କରୋନା ଲୋକଙ୍କ ଜୀବନ ଦୁର୍ବିସହ କରି ସାରିଲାଣି। ଏବେ ଏହି କାରଣରୁ ଲୋକଙ୍କ ମନରେ ଚାକିରି ଚାଲି ଯିବାର ଭୟ ଘାରିଲାଣି। କର୍ଣ୍ଣାଟକର ଧାରଓ୍ଵାଡ ଜିଲ୍ଲାରେ ଶନିବାର ଏମିତି କିଛି ଘଟଣା ଘଟିଛି, ଯାହା ବର୍ଣ୍ଣନା କରୁଛି ସଂପ୍ରତି ଲୋକଙ୍କ ମଧ୍ୟରେ ରୋଜଗାର ଚାଲିଯିବାର ଭୟ କେଉଁ ପରି ଘାରିଛି। ରୋଜଗାର ଚାଲିଯିବା ଭୟରେ ଧାରଓ୍ଵାଡ ଜିଲ୍ଲାର ଗୋଟିଏ ପରିବାରର ସମସ୍ତ ତିନି ସଦସ୍ୟ ଆତ୍ମହତ୍ୟା କରିଛନ୍ତି।

କର୍ଣ୍ଣାଟକ ପୋଲିସ୍ ଏହି ବିଷୟରେ ସୂଚନା ଦେଇ କହିଛନ୍ତି କରୋନା କାଳରେ ସେମାନଙ୍କୁ ଚାକିରି ଚାଲିଯିବାର ଭୟ ଥିଲା। ଏହି କାରଣରୁ ପୂରା ପରିବାର ଆତ୍ମହତ୍ୟା ପରି ଚରମପନ୍ଥା ଆପଣେଇ ନେଲେ। ମୃତକ ଦମ୍ପତ୍ତି ଏବଂ ପିଲାର ପରିଚୟ ମିଳି ପାରି ନାହିଁ।

ପୋଲିସ୍ ଅନୁଯାୟୀ ଏହି ଘଟଣା ଶନିବାର ଘଟିଛି। ଧାରଓ୍ଵାଡରେ ସୁବର୍ବନ ଥାନାର ଇନ୍ସପେକ୍ଟର କହିଛନ୍ତି ମୃତକଙ୍କ ଶରୀର ନିକଟରୁ ଏକ ସୁଇସାଇଡ୍‌ ନୋଟ୍ ମିଳିଛି। ଏଥିରୁ ଜଣା ପଡିଛି ଦମ୍ପତ୍ତିକୁ କରୋନା ମହାମାରୀରେ ଚାକିରି ଚାଲି ଯିବାର ଭୟ ସର୍ବଦା ଘାରୁଥିଲା। ଏହି କାରଣରୁ ପୂରା ପରିବାର ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ପୋଲିସ୍ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ରୁଜୁ କରି ଛାନବିନ୍ ଆରମ୍ଭ କରି ଦେଇଛି।

ଉଲ୍ଲେଖନୀୟ ଗତ କିଛି ଦିନ ହେବ ଦେଶରେ ଉଦ୍‌ବେଗଜନକ ଭାବେ କରୋନା ସଂକ୍ରମଣ ବ୍ୟାପିବାରେ  ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୪୮,୬୬୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହ ୭୦୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୫, ୫୨୨ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୩୨,୦୬୧କୁ ବୃଦ୍ଧି ଘଟିଛି।

   Related Posts