ବଢୁଛି ହାତୀ ଉପଦ୍ରବ, ଭୟରେ ଦର ପାଚିଲା ଧାନ କାଟି ନେଲେ ଚାଷୀ

Published By : Prameya-News7 Bureau | November 09, 2020 IST

ନୀଳଗିରି,୯/୧୧(ଆ.ପ୍ର): ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଏବେ ହାତୀଦ୍ରଵ ବୃଦ୍ଧିପାଇଛି। କୂଳଡିହା ଅଭୟାରଣ୍ୟରୁ ହାତୀପଲ ପାଖ ଗାଁକୁ ପଶି ଆତଙ୍କ ଚଳାଉଥିବା ବେଳେ  ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଧାନଫସଲ ସୁରକ୍ଷା ପାଇଁ ଚାଷୀ ମାନେ ଗଛରେ ମଞ୍ଚା ବାନ୍ଧି ଜଗି ରହିଛନ୍ତି। ବହୁ ଫସଲ ନଷ୍ଟ ହେବା ଆଶଙ୍କା ଥିବାରୁ ଚାଷୀମାନେ ଦରପାଚିଲା ଧାନ ମଧ୍ୟ କାଟିନେଉଥିବା ଦେଖାଯାଇଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଏବେ କୁଳଡିହା ହାତୀ ଉପଦ୍ରଵ ବୃଦ୍ଧିପାଇଛି। କୂଳଡିହା ଅଭୟାରଣ୍ୟ ସୀମାନ୍ତ ଗାଁ ଜାଉଁରି,ବେତଶୂଳ,ଖୋମକୁଟ, ତେଣ୍ଡା ସମେତ ବହୁ ଅଂଚଳରେ ଥିବା ଧାନ ଫସଲକୁ ଦୈନନ୍ଦିନ ହାତୀପଲ ଉପଦ୍ରବ ଚଳାଇ ବ୍ୟାପକ ଫସଲହାନୀ କରୁଛନ୍ତି। ଚାଷୀକୂଳ ହତାଶ ହୋଇପଡିଥିବା ବେଳେ ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ ଥିବା କୁହାଯାଇଛି। ଦୈନନ୍ଦିନ ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବା ବେଳେ  ଚାଷୀମାନେ ଏବେ ଦର ପାଚିଲା ଧାନ କାଟି ଘରକୁ ନେଇଯାଉଥିବା ଦେଖାଯାଇଛି।

ସେମାନଙ୍କର କହିବା କଥା ହାତୀ ଉପଦ୍ରବରେ କ୍ଷତି ହେଉଥିବା ଫସଲର କ୍ଷତିପୂରଣ ଖାଲି ନାମକ ମାତ୍ର। ତେଣୁ ଫସଲ ଉଜାଡିବା ପୂର୍ବରୁ ଦର ପାଚିଲା ଧାନକୁ କାଟି ନେଇ ଯାହା କିଛି ଶୁଖାଇ ତାକୁ ପରିବାର ପେଟ ଚାଖଣ୍ଡ ପାଇଁ ଏଭଳି କରୁଥିବାର କହନ୍ତି ଗାଁ ଲୋକ। ହାତୀ ନଆସିବା ପାଇଁ ଟ୍ରେଞ୍ଜ ଖୋଳିବା ଓ ସୋଲାର ଫେନ୍ସି କରିବାକୁ ଦାବି ହୋଇଛି।

ତେବେ ଏନେଇ କୂଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ଙ୍କ ମତାମତ ନେବାପରେ ସୋଲାର ଫେନ୍ସି କୁ ଅଞ୍ଚଳବାସୀ କାଟିନେଇଥିବା ବେଳେ ଟ୍ରେନ କିଛି ପୋତିଯାଇଥିବା କହିଛନ୍ତି।ତେବେ ଅଞ୍ଚଳବାସୀ ଏହାର ରକ୍ଷଣାବେକ୍ଷଣ କରିବାର ଆଵଶ୍ୟକତା ରହିଥିବା ବେଳେ ସମସ୍ୟାର ସମାଧାନ ରୂପକ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ଉପରିସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.