ଭାରତକୁ ଏତେ ଡର ? ପିଓକେରେ ସେନା ପାଇଁ ୫୦% ବେଡ୍ ରିଜର୍ଭ ରଖିଲା ପାକିସ୍ତାନ

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬।୦୬: ଭାରତ ଓ ଚୀନ ମଧ୍ୟରେ ସୀମାରେ ଜାରି ଉତ୍ତେଜନାରେ ପାକିସ୍ତାନ ଭୟଭୀତ ହୋଇ ପଡିଛି। ଗଲଓ୍ଵାନ ଘାଟିରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଉତ୍ତେଜନା ଚରମରେ ପହଞ୍ଚିବା ଏବଂ କାଳେ ପାକିସ୍ତାନ ସୀମାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଯିବ, ଏହି ଭୟରେ ସେଠାକାର ସେନା ପ୍ରମୁଖ ନୂତନ ଅର୍ଡର ଜାରି କରିଛନ୍ତି। ପାକ୍‌ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍‌ ବାଜଓ୍ଵା ପାକ୍ ଅଧିକୃତ କାଶ୍ମୀର(POK)ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ସୀମା ସ୍ଥିତ ସମସ୍ତ ହସ୍ପିଟାଲରେ ୫୦ ପ୍ରତିଶତ ଶଯ୍ୟା ଆର୍ମି ପାଇଁ ସଂରକ୍ଷିତ ରଖିବାକୁ କହିଛନ୍ତି। ଏହା ସହିତ ୫୦ ପ୍ରତିଶତ ରକ୍ତ ଯୋଗାଣ ସୈନିକଙ୍କ ପାଇଁ ଜମା ରଖିବାକୁ କୁହାଯାଇଛି।

ପିଓକେର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ ମୋହମ୍ମଦ ନଜିବ ନକି ଖାନଙ୍କୁ ଲେଖିଥିବା ଚିଠିରେ ଜେନେରାଲ ବାଜଓ୍ଵା ଲେଖିଛନ୍ତି, ଦୟାକରି ହସ୍ପିଟାଲରେ ସବୁ ସମୟରେ ୫୦ ପ୍ରତିଶତ ଶଯ୍ୟା ପାକିସ୍ତାନ ସେନା ପାଇଁ ସଂରକ୍ଷିତ ରଖନ୍ତୁ। ଜରୁରୀକାଳୀନ ସମୟରେ ରକ୍ତ ଭଣ୍ଡାରେ ରକ୍ତ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ କରି ରଖନ୍ତୁ। ଜେନେରାଲ ବାଜଓ୍ଵା ଏହି ପତ୍ର ଏମିତି ସମୟରେ ଲେଖିଛନ୍ତି ଯେବେ ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଏବଂ ସ୍ଥିତି ଚରମରେ ରହିଛି। ଅନ୍ୟପକ୍ଷେ ଏଲଓସିରେ ପାକିସ୍ତାନ ପଟୁ କ୍ରମାଗତ ଅସ୍ତ୍ର ବିରତି ଉଲ୍ଲଂଘନ ଜାରି ରହିଛି।

{"id":291868,"sizeSlug":"large"}

ସେନା ସକ୍ରିୟତାରେ ଡରିଲା ପାକ୍‌ ?

କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ମୂଳ ଉତ୍ପାଟନ ଅଭିଯାନରେ ସୁରକ୍ଷାବଳର ଯବାନ  ଜୁଟିଛନ୍ତି। ଶୁକ୍ରବାର ତ୍ରାଲରେ ତିନି ଆତଙ୍କବାଦୀ ସେନା ଗୁଳିରେ ଟଳିଛନ୍ତି।  କାଶ୍ମୀରରେ ପ୍ରତିଦିନ କେଉଁଠି ନା କେଉଁଠି ଯବାନଙ୍କ ଏନକାଉଣ୍ଟରରେ ଆତଙ୍କବାଦୀ ପ୍ରାଣ ହରାଉଛନ୍ତି। ଚଳିତ ବର୍ଷ ଯେତେ ଆତଙ୍କବାଦୀ ଭର୍ତ୍ତି  ହୋଇ ନାହାନ୍ତି ତାଠୁ ଅଧିକ ନିପାତ ହୋଇ ସାରିଲେଣି। ଅନ୍ୟପଟେ ନିକଟ ଦୁଇ ମାସରେ ଚୀନ ଓ ଭାରତ ମଧ୍ୟରେ ଯେଉଁଭଳି ଉତ୍ତେଜନା ବଢିବାରେ ଲାଗିଛି, ତାକୁ ଦେଖି ପାକିସ୍ତାନ ସଜାଗ ହୋଇ ଯାଇଛି। ଗଲଓ୍ଵାନ ଘାଟିରେ ଜୁନ ୧୫ରେ ଭରାତୀୟ ସୈନିକ ଯେଉଁଭଳି ଚୀନର ହମଲାକୁ ପ୍ରତିହତ କରିବା ସହିତ ଯେଉଁଭଳି ଦୃଢ ଜବାବ ଦେଲା ତାକୁ ଦେଖି ପାକିସ୍ତାନ ବିଚଳିତ ହୋଇ ପଡିଛି।

ପାକିସ୍ତାନ ଜୁନ ୧୫ ରାତିରେ ଘଟିଥିବା ସେହି ସଂଘର୍ଷକୁ ବେଶ୍ ଭଲ ବାବେ ଜାଣି ସାରିଛି। ଏହି ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ୪୦ରୁ ଉର୍ଦ୍ଧ୍ଵ ଯବାନ ମୃତାହତ ହୋଇଥିଲେ। ଏହି ସଂଘର୍ଷରେ ଭାରତ ୧୦୦ ଯବାନ ଥିବା ବେଳେ ଚୀନର ୩୫୦ ସୈନିକ ଥିଲେ। ଏହା ସତ୍ଵେ ବି ବିହାର ରେଜିମେଣ୍ଟର ଯବାନ ପାଟ୍ରୋଲ ପଏଣ୍ଟ ୧୪କୁ ଖାଲି କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.