Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

କରୋନା ସଙ୍କଟରେ ଚାକିରୀ ଯିବା ଭୟ : କର୍ମଚାରୀ ହତାଶ, ମନୋବଳ ବଢାଇବା ପାଇଁ କମ୍ପାନୀ ନେଉଛି ଏହିଭଳି ପଦକ୍ଷେପ

13/04/2020 at 12:32 PM

ନୂଆଦିଲ୍ଲୀ ୧୩/୦୪ : କରୋନା ସଙ୍କଟ ଭିତରେ ନିଜ ଚାକିରୀକୁ ନେଇ କର୍ମଚାରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି | ଅଧିକାଂଶ କର୍ମଚାରୀ ଚାକିରୀ ହରେଇବା ଭୟରେ ଅଛନ୍ତି | ଆହୁରି କିଛି କର୍ମଚାରୀଙ୍କୁ ଦରମା କଟିବା ଭୟ ଖାଉଛି | କର୍ମଚାରୀଙ୍କ ଏହିଭଳି ମାନସିକ ଅବସ୍ଥା ଦେଖି କମ୍ପାନୀ ତାଙ୍କୁ ପ୍ରେରଣା ଦେବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି | କିଛି କମ୍ପାନୀ ଭିଡିଓ କନଫରେନସିଂ ଜରିଆରେ ହେପିନେସ ସେସନ ଚଲାଉଛନ୍ତି | କିଛି କମ୍ପାନୀର ପରିଚାଳନା କର୍ମଚାରୀ ସଂଳାପ କରି କର୍ମଚାରୀଙ୍କୁ ନିୟମିତ ବ୍ୟବସାୟ ସ୍ଥିତି ସମ୍ପର୍କରେ ଅବଗତ କରାଉଛନ୍ତି | ଆଉ କିଛି କମ୍ପାନୀ ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଅତିରିକ୍ତ ଲାଭ ଦେବା ପାଇଁ ଓ ତାଙ୍କ ବିକାଶ ପାଇଁ ଜରୁରୀ ପଦକ୍ଷେପ ନେବା ପାଇଁ କଥା ଦେଉଛନ୍ତି |

ବିଶେଷଜ୍ଞ କହିଛନ୍ତି ଯେ, କରୋନା ସଙ୍କଟ ଓ ଲକଡାଉନ କାରଣରୁ କର୍ମଚାରୀ ଓ କମ୍ପାନୀ ବହୁତ ଚିନ୍ତାରେ ଅଛନ୍ତି | କମ୍ପାନୀ ଆଗରୁ ଏହିଭଳି ପରିସ୍ଥିତି କେବେ ସାମ୍ନା କରିନାହିଁ ବୋଲି ଅନେକ କମ୍ପାନୀ ମତ ପ୍ରକାଶ କରିଛନ୍ତି | ଭାଇରସ ସଂକ୍ରମଣର ପ୍ରଭାବ ଅନେକ କମ୍ପାନୀ ଉପରେ ପଡୁଛି ଏବଂ କମ୍ପାନୀକୁ ନାନା କ୍ଷତି ସହିବାକୁ ପଡୁଛି |କିଛି ଛୋଟ ଛୋଟ କମ୍ପାନୀ ଏବେ ମଧ୍ୟ ଖୋଲା ରହିଛି | ଯେଉଁମାନେ ସ୍ୱାସ୍ଥ୍ୟସେବା ବିଭାଗରେ କିମ୍ବା ଖାଦ୍ୟ ବିଭାଗରେ କିମ୍ବା ଆବଶ୍ୟକୀୟ ଉତ୍ପାଦନ କାରଖାନାରେ କାମ କରୁଛନ୍ତି ତାଙ୍କ ଚିନ୍ତାର କାରଣ ଅନ୍ୟ କର୍ମଚରିଙ୍କ ତୁଳନାରେ ଟିକିଏ କମ ରହିଛି ଯେଉଁମାନେ ଘରେ ରହି ଅଫିସ କାମ କରୁଛନ୍ତି | ତେବେ କର୍ମକ୍ଷେତ୍ରକୁ ଯାଇ କାମ କରୁଥିବା କର୍ମଚାରୀଙ୍କ ସବୁଠାରୁ ବଡ ଚିନ୍ତା ହେଲା ସେ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଗ୍ରାହକଙ୍କ ଦ୍ୱାରା ସଂକ୍ରମିତ ହୋଇ ପାରନ୍ତି | ତେବେ କମ୍ପାନୀ ତାଙ୍କୁ ଆବଶ୍ୟକୀୟ ସୁବିଧା ଦେଇପାରିବ ନା ନାହିଁ ସେମାନେ ସେଇ ଚିନ୍ତାରେ ରହୁଛନ୍ତି | ଆହୁରି ଏକ ବଡ ସମସ୍ୟା ହେଲା କର୍ମକ୍ଷେତ୍ରକୁ ଯିବା ସମୟରେ ତାଙ୍କୁ ଅନେକ ଜାଗାରେ ପୋଲିସ ଅଟକାଉଚୀ | ଏହିଭଳି ସ୍ଥିତିରେ କିଛି କମ୍ପାନୀ କର୍ମଚାରୀଙ୍କୁ ଅତିରିକ୍ତ ସୁବିଧା ଯୋଗାଉଛନ୍ତି | ଆବଶ୍ୟକୀୟ କର୍ମଚାରୀଙ୍କୁ କମ୍ପାନୀ ଅତିରିକ୍ତ ଭତ୍ତା ଦେଉଛି | ତା’ଛଡା କମ୍ପାନୀ ଅନେକ ଜାଗାକୁ ନିୟମିତ ସାନିଟାଇଜ କରୁଛନ୍ତି | ସମସ୍ତ କର୍ମଚାରୀଙ୍କ ତାପମାତ୍ରା ନିୟମିତ ଯାଞ୍ଚ କରାଯାଉଛି |

ୱାଲମାର୍ଟ ଇଣ୍ଡିଆର ଜଣେ ପ୍ରବକ୍ତା କହିଛନ୍ତି ଯେ, ଯେଉଁ କର୍ମଚାରୀମାନେ ନିସ୍ଵାର୍ଥ ଭାବେ କାମ କରୁଛନ୍ତି ସେ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି | ସେ ଏହିଭଳି କର୍ମଚାରୀଙ୍କୁ ଲକଡାଉନ ସମୟରେ ଦରମା ବ୍ୟତୀତ ପ୍ରତିଦିନ ୨୦୦ ଟଙ୍କା ଲେଖାଏଁ ସମ୍ମାନଜନକ ରାଶି ଦେଇଛନ୍ତି | କର୍ମଚାରୀ ନିଜ ଘରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସୁଥିବା ଖର୍ଚ୍ଚ ମଧ୍ୟ କମ୍ପାନୀ ଦେଉଛି | ଏହି ସଙ୍କଟ ସମୟରେ ଏଚଆର ଅଧିକାରୀ ଏବଂ କର୍ମଚାରୀ ପରିଚାଳକ କର୍ମଚାରୀଙ୍କୁ ପ୍ରୋତ୍ସାହନ ଓ ସହଯୋଗ ଦେଉଛନ୍ତି | ତାଙ୍କ ସହ ନିୟମିତ ଯୋଗାଯୋଗ କରୁଛନ୍ତି ଓ ବ୍ୟବସାୟ ସ୍ଥିତି ସମ୍ପର୍କରେ ଅବଗତ କରାଉଛନ୍ତି | ସଙ୍କଟ ପରିସ୍ଥିତିରୁ ବାହାରିବା ପାଇଁ କମ୍ପାନୀ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ସହଯୋଗ କରୁଛନ୍ତି | କର୍ମଚାରୀଙ୍କୁ ପ୍ରେରଣା ଦେବା ପାଇଁ ଓ ଚିନ୍ତାମୁକ୍ତ ରଖିବା ପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କ ପାଇଁ ବିଶେଷ ଅନଲାଇନ ଅଧିବେଶନ ଆୟୋଜନ କରୁଛନ୍ତି | ମନୋବିଜ୍ଞାନୀ ହେପିନେସ କୋଚ ସାକ୍ଷୀ ମଧ୍ୟାନ କହିଛନ୍ତି ଯେ, ଅନିଶ୍ଚିତ ଭବିଷ୍ୟତ ସମ୍ପର୍କରେ ଭାବି ଚିନ୍ତା ବଢିଥାଏ | ସେ ଅନେକ କମ୍ପାନୀ କର୍ମଚାରୀଙ୍କ ପାଇଁ ହେପିନେସ ସେସନ ଆରମ୍ଭ କରିଛନ୍ତି | ସେ କହିଛନ୍ତି ଯେ ଚଳିତ ମାସରେ ହେଵଲୀ ଥିବା ଆପ୍ରାଇଜଲ ଆଧାରରେ ଅନେକ କର୍ମଚାରୀ ଏପ୍ରିଲ ଓ ମେ ମାସ ପାଇଁ ଅନେକ ଯୋଜନା କରିଥିବେ | କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଆପ୍ରାଇଜଲ ହୋଇପାରିନାହିଁ |

ସାକ୍ଷୀ ମଧ୍ୟାନ କହିଛନ୍ତି ଯେ, ବର୍ତ୍ତମାନ ଲୋକେ ସେହି ଜିନିଷ ଉପରେ ଦୃଷ୍ଟି ଦେଉଛନ୍ତି ଯାହା ତାଙ୍କ ସପକ୍ଷରେ ଅଛି | ଉଦାହରଣ ସ୍ୱରୂପ ଚାକିରୀ ରହିବ ନା ନାହିଁ ତାହା କର୍ମଚାରୀ ହାତରେ ନାହିଁ | ସେଥିପାଇଁ ବର୍ତ୍ତମାନ ସେମାନେ ବହୁତ ବୁଝିବିଚାରି ଖର୍ଚ୍ଚ କରିବା ଉଚିତ | ତେବେ ଗୋଟିଏ ଖୁସିର କଥା ହେଲା ଘରେ ରହିବ ଯୋଗୁଁ ଲୋକଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି | ବର୍ତ୍ତନ କେବଳ ଆବଶ୍ୟକୀୟ ଜିନିଷ ଉପରେ ଖର୍ଚ୍ଚ କରିବା ଉଚିତ | ଅଯଥା ଖର୍ଚ୍ଚ ନ କରି ଟଙ୍କା ସେଭିଙ୍ଗ କରିବା ଉଚିତ | ସେ କହିଛନ୍ତି ଯଦି ଆମେ ଟିକିଏ ପଛକୁ ଯାଇ ଦେଖିବା ତାହେଲେ ସେତେବେଳେ ଅନେକ ଅଯଥା ଖର୍ଚ୍ଚ ହେଉନଥିଲା ତଥାପି ଲୋକେ ଖୁସିରେ ଥିଲେ | ଏବେ ମଧ୍ୟ ସେହିଭଳି କରାଯାଇପାରିବ |

ଅନେକ କମ୍ପାନୀ କର୍ମଚାରୀଙ୍କୁ ଅନଲାଇନ ଟୁଲକିଟ ଓ ବିଭିନ୍ନ ଉତ୍ସ ସମ୍ପର୍କରେ ସମ୍ପର୍କ ଦେଉଛି ଯେପରି ସେମାନେ ଆହୁରି ଭଲ ଉପାୟରେ କାମ କରିପାରିବେ | କିଛି କମ୍ପାନୀ ଏହି ସମୟରେ ନିଜର ଶିକ୍ଷା ଓ ବିକାଶ ଗତିବିଧିକୁ ଆଗକୁ ବଢାଇବାକୁ ପ୍ରୟାସ କରୁଛନ୍ତି | ଏସଏଚଏର୍ସ ଇଣ୍ଡିଆର ପରାମର୍ଶଦାତା ତଥା ଏସୋସିଏଟ ଡ଼ାଇରେକ୍ଟର ଆଶିଷ କୌଲ କହିଛନ୍ତି ଯେ, କମ୍ପାନୀ ନିଜର କର୍ମଚାରୀଙ୍କ ମାନସିକ ସ୍ଥିତି ଏବଂ ବିଶ୍ଵସ୍ଥତାକୁ ନେଇ ଚିନ୍ତିତ | ଯେଉଁ କର୍ମଚାରୀମାନେ ଭଲ ପ୍ରଦର୍ଶନ କରୁଛନ୍ତି ତାଙ୍କ ପାଇଁ ଏହି ପରିସ୍ଥିତି ଆହୁରି ଚିନ୍ତାର ବିଷୟ | ଅନେକ କମ୍ପାନୀ କର୍ମଚରିଙ୍କ ମନୋବଳ ବଢାଇବା ପାଇଁ ଓ ପ୍ରୋତ୍ସାହିତ କରିବା ପାଇଁ ମିର୍ଲସ ଅର୍ଡର କରୁଛନ୍ତି ଏବଂ ଅନଲାଇନ ଯୋଗ ଶିକ୍ଷା ପାଇଁ କୁପନ ଦେଉଛନ୍ତି | ଆସନ୍ତା ୧୨ ମାସରେ ପ୍ରତ୍ୟେକ କମ୍ପାନୀକୁ ନିଜ ଆକାର କିଛି ଛୋଟ କରିବାକୁ ପଡିପାରେ ଅର୍ଥାତ କର୍ମଚାରୀ ସଂଖ୍ୟା କମ କରିବାକୁ ପଡିପାରେ | ସେଥିପାଇଁ ଦରମା କାଟିବା, ଅନ୍ୟାନ୍ୟ ସୁବିଧା ନ ଯୋଗାଇବା କିମ୍ବା ଦରମା ବୃଦ୍ଧି ରୋକିବା ଏକ ସାଧାରଣ କଥା ହୋଇପାରେ | ଉପସ୍ଥିତ ପରିସ୍ଥିତିରେ କମ୍ପାନୀ ବ୍ୟବସାୟ ବଜାୟ ରଖିବା ପାଇଁ ଓ ଅଧିକ କର୍ମଚାରୀଙ୍କୁ ନିଜ ସହ ରଖିବା ପାଇଁ କମ ଦୃଷ୍ଟି ଦେବ |

   Related Posts