Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏନ୍‌କାଉଣ୍ଟର ଭୟରେ ଆତ୍ମସମର୍ପଣ କଲେ ୬ କୁଖ୍ୟାତ ଗ୍ୟାଙ୍ଗଷ୍ଟର : ପୋଲିସକୁ କହିଲେ,‘ଗିରଫ କରିନିଅ,ଜେଲରୁ ଆସିଲେ କରିବୁନି ଅପରାଧ’

29/07/2021 at 3:57 PM

ଲକ୍ଷ୍ନୌ ୨୯/୦୭ : ଗ୍ୟାଙ୍ଗଷ୍ଟରମାନଙ୍କୁ ଏବେ କାଳ ଏନ୍‌କାଉଣ୍ଟର । ଭୟରେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି କୁଖ୍ୟାତ ଅପରାଧୀ । ନିକଟରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରିଥିଲା ଓଡିଶା ପୋଲିସ । ଯେଉଁଥିରେ ତାର ମୃତ୍ୟୁ ହୋଇଥିଲା । ତେବେ ଉତ୍ତର ପ୍ରଦେଶରେ ଏନକାଉଣ୍ଡର ଭୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ଅପରାଧୀ । କୋତବାଲୀରେ ପୋଲିସ ନିକଟକୁ ଆସି ହାତଟେକି ଆତ୍ମସମର୍ପଣ କରିଛନ୍ତି ୬ ଗ୍ୟାଙ୍ଗଷ୍ଟର । ଏମାନଙ୍କ ନାଁରେ ଅନେକ ଥାନାରେ ମାମଲା ରହିଥିବା କହିଛି ପୋଲିସ । ଆତ୍ମସମର୍ପଣ ପରେ ଅପରାଧୀମାନେ ଅପରାଧ ଠାରୁ ଦୂରେଇ ରହିବାକୁ ପ୍ରତିଶୃତି ଦେଇଥିଲେ ।

ଆତ୍ମସମର୍ପଣ କରିଥିବା ୬ ଜଣ ଗ୍ୟାଙ୍ଗଷ୍ଟର ହେଉଛନ୍ତି ଫୁରକାନ୍‌, ତାସୀମ, ଇନାମ, ଫରନାମ, ନୌଶାଦ ଏବଂ ହାସିମ୍ । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଜିଲ୍ଲା ଏସ୍‌ପି ସୁକୀର୍ତ୍ତି ମାଧବ କହିଛନ୍ତି, ଏମାନଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଥିଲା । ତେବେ ସେମାନଙ୍କୁ ଗିରଫ କରିବା ପୂର୍ବରୁ ସେମାନେ ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତମାନେ ଥାନାକୁ ଆସି ସ୍ବେଚ୍ଛାକୃତ ଭାବେ ଆତ୍ମସମର୍ପଣ କରିଛନ୍ତି । ସେମାନେ କହିଛନ୍ତି ଆଗକୁ କୌଣସି ପ୍ରକାର ଅପରାଧ କିମ୍ବା ଅପରାଧିକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ । ଏଥି ସହିତ ଜେଲରୁ ଫେରିବା ପରେ ଶାନ୍ତିପୂର୍ଣ୍ଣ ଭାବେ ଜୀବନଜାପନ କରିବେ ବୋଲି କହିଛନ୍ତି ।

୫ ମାସ ପୂର୍ବରୁ ପୋଲିସ ଉତ୍ତର ପ୍ରଦେଶ ପୋଲିସ ସମାଜବାଦୀ ପାର୍ଟି ବିଧାୟକ ନାହିଦ ହାସନ ଏବଂ ତାଙ୍କ ମା ତଥା ପୂର୍ବତନ ସାଂସଦ ତବସ୍ତୁମ ହାସନଙ୍କ ସମେତ ୪୦ ଜଣଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । କିଛି ମାମଲାରେ ପୋଲିସ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିସାରିଥିଲା ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ ଭୟରେ ସେମାନଙ୍କ ମଧ୍ୟରୁ ପୂର୍ବରୁ ୧୬ ଜଣ ଆତ୍ମସମର୍ପଣ କରିସାରିଥିଲେ ।

ପୋଲିସ ଅଧିକାରୀ ଜିତେନ୍ଦ୍ର କୁମାର କହିଛନ୍ତି, ବୁଧବାର କୋତବାଲୀରେ ୬ ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୪୦ ଜଣଙ୍କ ମଧ୍ୟରୁ ୩୦ ଜଣ ଜେଲ ଯାଇସାରିଲେଣି । ଏହା ପୂର୍ବରୁ ଗତ ଶୁକ୍ରବାର ୩ ଗ୍ୟାଙ୍ଗଷ୍ଟର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଯୋଗୀ ସରକାର ଅପରାଧୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯାନ ଚଳାଇଛନ୍ତି । ଅନେକ ଗ୍ୟାଙ୍ଗଷ୍ଟର ଏବେ ପୋଲିସ ଭୟରେ ଆତ୍ମସମର୍ପଣ କରୁଛନ୍ତି ନଚେତ ରାଜ୍ୟ ବାହାରେ ରହୁଛନ୍ତି । ୟୁପି ପୋଲିସ ଏନକାଉଣ୍ଟର ଭୟରେ ଅନେକ ଗ୍ୟାଙ୍ଗଷ୍ଟର ଆତ୍ମସମର୍ପଣ କରିସାରିଥିବା ବେଳେ ବୁଧବାର ଆଉ ୬ ଜଣ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

   Related Posts