ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସତର୍କ କଲା ପୋଲିସ, ଡ୍ରୋନ୍ ଉଡାଣକୁ ଚେକ୍

Published By : Prameya-News7 Bureau | October 27, 2020 IST

ମୁମ୍ବାଇ ୨୭।୧୦: ମୁମ୍ବାଇରେ ପୁଣି ଥରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଦେଖାଦେଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆକ୍ରମଣ କରିପାରନ୍ତି । ଏହାକୁ ନେଇ ମୁମ୍ବାଇ ପୋଲିସ ସତର୍କ ସୂଚନା ଜାରି କରିଛ । ଆକ୍ରମଣ ଆଶଙ୍କାରେ ସହରରେ ଡ୍ରୋନ୍ ଉଡାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ସୂତ୍ର ଅନୁସାରେ ବର୍ତ୍ତମାନ ଉତ୍ସବ ମାହୋଲ ମଧ୍ୟରେ ରିମୋଟ୍ ଦ୍ବାରା ନିୟନ୍ତ୍ରିତ ହେଉଥିବା ଏୟାରକ୍ରାଫ୍ଟ ଏବଂ ଏୟାର ମିସାଇଲ ମାଧ୍ୟମରେ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଆକ୍ରମଣ କରାଯାଇପାରେ । ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ନା କେବଳ ରାଜନୈତିକ ଅସ୍ଥିରତା ବରଂ ଉତ୍ସବ ମାହୋଲକୁ ଫିକା ପକାଇବାକୁ ବଡ ଧରଣର ଆକ୍ରମଣ କରିପାରନ୍ତି ।

ଗତ ସପ୍ତାହରେ ଗୁଇନ୍ଦା ସୂତ୍ର ଅନୁସାରେ ଜଣାପଡିଥିଲା ଯେ, ପକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ଭାରତରେ ଆକ୍ରମଣ କରିବାର ଦାୟିତ୍ବ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଅଲ-ବନ୍ଦ୍ରକୁ ଦେଇଛି । ଏହି ସଂଗଠନର ଆତଙ୍କବାଦୀଙ୍କୁ ବିଶେଷ ତାଲିମ ଦେଇ ରାଓ୍ବଲକୋଟ, ଖୁଇରିଟା, ସମାନି ଏବଂ ସିଆଲକୋଟର ଲଞ୍ଚ୍ ପ୍ୟାଡ୍ କୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.