ଆଇନଗତ କଟକଣା ସତ୍ତ୍ୱେ ଏହି ମାରତ୍ମକ ବା ଡେଡଲିଏଷ୍ଟ ପେନ୍‌କିଲର ବିକ୍ରି ପାଇଁ ଅନୁମତି ଦେଲେ ଏଫ୍‌ଡିଏ

Published By : Prameya-News7 Bureau | September 10, 2019 IST

ନ୍ୟୁୟର୍କ - କେତକ ଔଷଦ ବା ମେଡିସିନ୍‌କୁ Opioid ଓପିଓଇଡି ମେଡିସିନ୍‌ କୁହାଯାଇଥାଏ । ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପସନ ବିନା ଏହାକୁ ବିକ୍ରି କରାଯାଇ ନଥାଏ । ଏଥିମଧ୍ୟରେ ଅନେକ ପେନ୍‌କିଲର ବା କଷ୍ଟ ନିବାରକ ଔଷଦ ସହ ଅନ୍ୟ ମେଡିସିନ୍‌ ରହିଛି । ଅନେକ ଲୋକ ଏପରି ପେନ୍‌ କିଲରକୁ ଖାଇବା ପରେ ଏଥିରେ ଅଭ୍ୟସ୍ତ ହୋଇଯାଇ ଥାଆନ୍ତି ।ଏହାକୁ ଡ୍ରଗ ଆଡିକ୍ସନ ବା ନିଶା କୁହାଯାଇଥାଏ । ଆମେରିକାରେ ଏପରି ଘଟଣା ଦେଖିବାକୁ ମିଳେ । କେବଳ ଆମେରିକା ନୁହେଁ ଭାରତ ସହ ଅନେକ ଦେଶରେ ଏପରି ଘଟଣା ଦେଖିବାକୁ ମିଳୁଛି ।

ଅନେକ କଫ୍‌ ସିରପ୍‌, ଫେଣ୍ଟାନାଇଲ୍‌, ଅକ୍ସିକୋ଼ଡେନ୍‌ ଏବଂ ଅନ୍ୟ କେତକ ମେଡିସିନ୍‌ ଅଛି ଯାହାକୁ ଓପିଓଇଡି ମେଡିସିନ୍‌ କୁହାଯାଏ । ବିନା ପ୍ରେସକ୍ରିପସନରେ ଏପରି ଔଷଦ ବିକ୍ରି କରାଯାଇ ନଥାଏ । ମାତ୍ର ଅନେକ କ୍ଷେତ୍ରରେ ଓଭର ଦି କାଉଣ୍ଟର ବା ଔଷଦ ଦୋକାନୀ ବିନା ପ୍ରେସକ୍ରିପସନ୍‌ରେ ଏପରି ମେଡିସିନ୍‌ ବିକ୍ରି କରିଥାଆନ୍ତି । ଏହାର ଓଭର ଡୋଜ୍‌ ବା ଅଧିକମାତ୍ରାରେ ସେବନ କଲେ ଜୀବନ ବି ଯାଇ ପାରେ । ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଏପରି ଅନେକ ଔଷଦ ଉପରେ କଟକଣା ଲଗାଇଛି ।

{"id":155722}


ମାତ୍ର ଡିସୁଭିଆ ନାମକ ପେନ୍‌ କିଲରକୁ ଏବେ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଏହାକୁ ଅତି ମାରାତ୍ମକ ବା ଡେଡଲିଏଷ୍ଟ ପେନ୍‌ କିଲର ବୋଲି କୁହାଯାଏ । ଏହାକୁ ଡାକ୍ତରଙ୍କର ପରାମର୍ଶ ଓ ତତ୍ୱାବଧାନରେ ଦେବା ପାଇଁ ଅନୁମତି ଦିଆଯାଇଛି । ଅତ୍ୟଧିକ କଷ୍ଟ ଯେପରିକି ହାଡ ଭାଙ୍ଗି ଗୁଣ୍ଡ ହୋଇଯିବ, କିମ୍ବା ଗୁଳିର କ୍ଷତ ଯୋଗୁଁ ହେଉଥିବା ଯନ୍ତ୍ରଣାରେ ଏହି ପେନ୍‌କିଲର ଖାଇଲେ କଷ୍ଟ ଜଣାପଡି ନଥାଏ । ଏହା ଫେଣ୍ଟାନାଇଲ୍‌ ଠାରୁ ୧୦ ଗୁଣ ଓ ମରଫିନ୍‌ଠାରୁ ୧୦୦୦ ଗୁଣ ଅଧିକ ଶକ୍ତିଶାଳୀ ।

ମାତ୍ର ଏହାକୁ କୌଣସି ଅନ୍ୟ ଲୋକକୁ ଦିଆଗଲେ କିମ୍ବା ଓଭରଡୋଜ୍ ହେଲେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇପାରେ ।
ଏହି ଔଷଦକୁ ଖରାପ ବାଟରେ ବି ବ୍ୟବହାର କରାଯାଇପାରେ ବୋଲି ଅନେକ ସନ୍ଦେହ ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.