Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବିଦେଶୀ ଚାନ୍ଦା ସଂଗ୍ରହ ଆଇନରେ ହେବ ସଂଶୋଧନ, NGO ପଞ୍ଜିକରଣ ଲାଗି ଆଧାର ହେବ ଜରୁରି

20/09/2020 at 9:12 PM

ନୂଆଦିଲ୍ଲୀ ୨୦।୯:  ଭାରତ ସରକାର ବିଦେଶୀ ଅଂଶଦାନ (ନିୟମତଃ) ଆଇନ (ଏଫସିଆରଏ) ସଂଶୋଧନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସଂସଦର ଚଳିତ ଅଧିବେଶନରେ ହୁଏତ ଏଫସିଆରଏ ଆମେଣ୍ଡମେଣ୍ଟ ବିଲ୍-୨୦୨୦ ଲୋକସଭାରେ ଉପସ୍ଥାପିତ ହୋଇପାରେ। ଏଥିରେ ଯେ କୌଣସି ଅଣ ସରକାରୀ ସଙ୍ଗଠନ(ଏନଜିଓ) ଅଥବା ଆସୋସିଏସନକୁ ତାର ଏଫସିଆରଏ ପ୍ରମାଣପତ୍ର ଫେରସ୍ତ ଲାଗି ମଞ୍ଜୁରି ଦେବାର ବ୍ୟବସ୍ଥା ରହିବ। 

ସେହିପରି ଏଫସିଆରଏ ମାଧ୍ୟମରେ ସଙ୍ଗଠନମାନଙ୍କୁ ମିଳୁଥିବା ବୈଦେଶିକ ଅନୁଦାନର ୨୦ ପ୍ରତିଶତ  ସେମାନଙ୍କ ପ୍ରଶାସନିକ ବ୍ୟୟ କରିପାରିବେ। ହେଲେ ଏପର୍ଯ୍ୟନ୍ତ ଥିବା ବ୍ୟବସ୍ଥାରେ ସଂସ୍ଥାମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟୟ କରିପାରୁଛନ୍ତି। ବ୍ୟକ୍ତି, ସଂସ୍ଥା ଅଥବା କମ୍ପାନୀଙ୍କ ଲାଗି  ବିଦେଶୀ ଚାନ୍ଦା ନିମନ୍ତେ ୨୦୧୦ ମସିହାରେ ଆଇନର ସଂଶୋଧନ ହୋଇଥିଲା। ୧୦ ବର୍ଷ ମଧ୍ୟରେ ଏହି ଆଇନ ୨ ଥର ସଂଶୋଧନ ହୋଇଥିବା ବେଳେ ଏଥିରେ ଏବେ ସରକାର ତୃତୀୟ ସଂଶୋଧନ କରିବାକୁ ଯାଉଛନ୍ତି।

ତେବେ ଏଥର ହେବାକୁ ଯାଉଥିବା ସଂଶୋଧନରେ ବିଦେଶୀ ଚାନ୍ଦାର ଉପଯୋଗକୁ ଅଧିକ ପାରଦର୍ଶି ଓ ଉତ୍ତରଦାୟି କରାଯିବ।  ଏଥିଲାଗି ପ୍ରସ୍ତୁତ ଚିଠାପ୍ରସ୍ତାବରେ ପୂର୍ବ ଅନୁମତି ଅଥବା ଲାଇସେନ୍ସ ନବିକରଣ ଓ ପଞ୍ଜିକରଣ ଲାଗି ଅନୁଷ୍ଠାନ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ଦେବା  ଜରୁରି  ହେବ।  ଯଦି ବିଦେଶୀ ନାଗରିକ ଏପରି ଅନୁଷ୍ଠାନ ପରିଚାଳନା କରୁଥାନ୍ତି ଏଥିଲାଗି ତାଙ୍କୁ ପାସପୋର୍ଟ ଏବଂ ଓସିଆଇ କାର୍ଡର ନକଲ ଦେବାକୁ ପଡିବ।

ସେହିପରି କୌଣସି ସରକାରୀ ଅନୁଷ୍ଠାନ, ବିଭାଗ ଓ ଅଧିକାରୀ ଏପରି ବିଦେଶୀ ଚାନ୍ଦା ଆଦାୟ ଲାଗି ଏବେ ଅଧିକୃତ ହେବେ ନାହିଁ। ଏଫସିଆରଏ ପଞ୍ଜିକୃତ ଏନଜିଓ ଓ ସଙ୍ଗଠନମାନେ ୨୦୧୬-୧୭ ଓ ୨୦୧୮-୧୯ରେ ମୋଟ ୫୮ ହଜାର କୋଟି ଟଙ୍କାର ବିଦେଶୀ ପାଣ୍ଠି ଉଠାଇଛନ୍ତି। ଏହି ସମୟରେ ଦେଶରେ ୨୨ ହଜାର ୪୦୦ ଏନଜିଏ କାର୍ଯ୍ୟରତ ଅଛନ୍ତି।

   Related Posts