ଏବେ କ୍ୱିଣ୍ଟଲ ପିଛା 110 ଟଙ୍କା କମ ଦରରେ ବିକ୍ରି ହେବ FCI ଗହମ, ଜାଣନ୍ତୁ କାହିଁକି

Published By : Prameya-News7 Bureau | January 18, 2020 IST

ନୂଆଦିଲ୍ଲୀ ୧୮।୧: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖୋଲା ବଜାରରେ ଗହମ ବିକ୍ରୟ କରିବେ। କ୍ୱିଣ୍ଟଲ ପିଛା ୧୧୦ ଟଙ୍କା କମ୍ ଦରରେ ଏହି ଗହମ ବିକ୍ରୟ ହେବ। ଏଫସିଆଇଙ୍କ ବିଭିନ୍ନ ୱେର ହାଉସ୍‌ରେ ଏବେ ୩୦୦ ଲକ୍ଷ ଟନରୁ ଅଧିକ ପରିମାଣର ଗହମ ଗଛିତ ଅଛି। ଏଥିରେ ଚଳିତବର୍ଷ ଦେଶରେ ରେକର୍ଡ ପରିମାଣରେ ଗହମ ଉତ୍ପାଦନ ଯୋଗୁ ନୂଆ ଗହମ କ୍ରୟ ନିମନ୍ତେ ଗୋଦାମ ଖାଲି କରିବାକୁ ପଡିବ। ଏଣୁ କ୍ୱିଣ୍ଟାଲ ପିଛା ଶସ୍ତା ଦରରେ ଗହମ ବିକ୍ରୟ ଲାଗି ଏଫସିଆଇ ନିଷ୍ପତ୍ତି ନେଇଛନ୍ତି।

{"id":212968,"width":580,"height":358,"sizeSlug":"large"}

ଏଥିଲାଗି କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବିତରଣ ମନ୍ତ୍ରାଳୟ ଏଫସିଆଇଙ୍କୁ ପତ୍ରଲେଖି ଓପନ ମାର୍କେଟ ସେଲସ ସ୍କିମରେ ଘରୋଇ ବଜାରରେ ଗହମ ବିକ୍ରି ଲାଗି ଆରକ୍ଷିତ ମୂଲ୍ୟ ନିର୍ଦ୍ଧାରିତ କରିବାକୁ କହିଛନ୍ତି। ଏଥିଲାଗି ଏଫସିଆଇ ନୂଆ ସଂଶୋଧିତ ଦର ନିର୍ଧାରଣ କରିଛନ୍ତି।

{"id":212969,"sizeSlug":"large"}

ସରକାରଙ୍କ ସାଧାରଣ ବିତରଣ ପ୍ରଣାଳୀରେ ହିତାଧିକାରୀଙ୍କୁ ଶସ୍ତା ଦରରେ ଖାଦ୍ୟାନ୍ନ ଉପଲବ୍ଧ କରିବା ଲାଗି ପ୍ରତି ମାସରେ ୨୦ ଲକ୍ଷ ଟନ ଗହମ ଖର୍ଚ୍ଚ ହୁଏ। ଏଥିରେ ଜାନୁୟାରୀ, ଫେବୃଆରୀ ଓ ମାର୍ଚ୍ଚରେ ଗହମ ବାବଦ କୋଟା ପ୍ରଦାନ ପରେ ବି ଏଫସିଆଇଙ୍କ ଗୋଦାମରେ ୨୫୦ ଲକ୍ଷ ଟନରୁ ବି ଅଧିକ ଗହମ ବଳକା ରହିବ। ସେପଟେ ନୂଆ ସଂଶୋଧିତ ଦରରେ ଏଫସିଆଇ ଏଫଏକ୍ୟୁ କ୍ୱାଲିଟର ଗହମ ରିଜର୍ଭ ଦର ପ୍ରତି କ୍ୱିଣ୍ଟାଲ ଗହମ ଦର ୨ହଜାର ୧୩୫ଟଙ୍କା ରହିବ।

{"id":212970,"sizeSlug":"large"}

ଗତବର୍ଷ ଏହି ଦର ୨ହଜାର ୨୪୫ ଟଙ୍କା ଥିଲା। ସେହିପରି ୟୁଆରଏସ କ୍ୟାଟୋଗରୀ ଗହମ ପ୍ରତି କ୍ୱିଣ୍ଟାଲ ୨୦୮୦ ଟଙ୍କା ରହିବ। ୧ ଜାନୁୟାରୀ ୨୦୨୦ ସୁଦ୍ଧା ଏଫସିଆଇ ଗୋଦାମ ମାନଙ୍କରେ ୩,୨୭.୯୬ଲକ୍ଷ ଟ ଗହମ  ଗଛିତ ଥିଲା। ଯାହା ୨୦୧୮-୧୯ ବର୍ଷର ଏହି ସମୟ ଅପେକ୍ଷା ୫୬.୭୫ ଲକ୍ଷ ଟ ଅଧିକ ବୋଲି ଏଫସିଆଇ ସୂତ୍ରରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.