ଜାରି ହେଲା Facebookର ସିକ୍ରେଟ୍ ଡେଞ୍ଜରସ ଅର୍ଗାନାଇଜେସନଙ୍କ ସୂଚୀ, ଜାଣନ୍ତୁ ଏଥିରେ ଭାରତରୁ ଅଛନ୍ତି କିଏ ?

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪।୧୦: ସୋସିଆଲ ମିଡିଆ ସାଇଟ୍ ଫେସବୁକ୍ ଏକ ହିଡେନ ବ୍ୟାକ୍‌ ଲିଷ୍ଟ ମେଣ୍ଟେନ କରନ୍ତି ବୋଲି ପ୍ରଥମ ଥର ଜଣାପଡିଛି। ଏହି ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ ଯେପରି କେହି ହିଂସା ଭିଆଇବା ଅଥବା ବେଆଇନ ଅପରାଧିକ ଗତିବିଧି ଲାଗି ଉପଯୋଗ କରି ନ ପାରେ ଖାସ ସେଥିଲାଗି ଏହି ବ୍ୟାକ୍‌ ଲିଷ୍ଟ ଉପଯୋଗ କରୁଥିବା ବେଳେ ଏହି ଡକ୍ୟୁମେଣ୍ଟକୁ ପବ୍ଲିସର ଦି ଇଣ୍ଟରସେପ୍ଟ ଆକ୍ସେସସ କରିଛନ୍ତି।

ଇଣ୍ଟରସେପ୍ଟ ଏହି ତଥ୍ୟକୁ ଏବେ ଉଜାଗର କରିଥିବା ବେଳେ ସାରା ବିଶ୍ୱରେ ଏହା ଏବେ ଚହଳ ପକାଇଛି। ଏହି ଡକ୍ୟୁମେଣ୍ଟରେ ବିପଦଜନକ ବ୍ୟକ୍ତି ଓ ସଙ୍ଗଠନଙ୍କ ଏକ ଦୀର୍ଘ ସୂଚୀ ରହିଛି। ବିଭିନ୍ନ ଦେଶରେ ଏପରି ହଜାର ହଜାର ଲୋକେ  ଓ ସଙ୍ଗଠନ ଏହି ସୂଚୀରେ ଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସୂଚୀରେ ଅନେକ ଭାରତୀୟ ଓ ସେମାନଙ୍କ ସଙ୍ଗଠନମାନେ ମଧ୍ୟ ଅଛନ୍ତି। ଏଥିରେ ଭାରତର ଯେଉଁମାନଙ୍କୁ ଫେସବୁକ୍ ବ୍ୟାକ୍‌ ଲିଷ୍ଟରେ ରଖିଥିଲେ ସେମାନଙ୍କ ମଧ୍ୟରେ ହିନ୍ଦୁତ୍ୱବାଦୀ ସଙ୍ଗଠନ ସନାତନ ସଂସ୍ଥା ଓ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାଓଇଷ୍ଟ ମଧ୍ୟ ଥିବାର ଜଣାପଡିଛି।

{"id":527206,"sizeSlug":"full","linkDestination":"none"}

ଏହା ସହ ଫେସବୁକ୍‌ଙ୍କ ଆଗାମୀ କାର୍ଯ୍ୟପନ୍ଥା ମଧ୍ୟ ଜଣାପଡିଛି। ଯେଉଁଥିରେ ସୋସିଆଲ ମିଡିଆ ସାଇଟ୍‌ ତାଙ୍କ ଡିଜିଟାଲ ପ୍ଲାଟଫର୍ମରୁ ଏପରି ସଙ୍ଗଠନ ଓ ବ୍ୟକ୍ତିଙ୍କୁ ବାଦ ଦେବେ ବୋଲି ଜଣାପଡିଛି। କାରଣ ଏପରି ବ୍ୟକ୍ତି ଓ ସଙ୍ଗଠନମାନେ ବିଶ୍ୱରେ ଅବୈଦ୍ଧ ଗତିବିଧିରେ ଜଡ଼ିତ ରହିଛନ୍ତି। ଫେସବୁକ୍‌ ତାଙ୍କର ଏହି ନୀତିକୁ ଡେଞ୍ଜରସ ଇଣ୍ଡିଭିଜୁଆଲସ୍ ଏଣ୍ଡ ଅର୍ଗାନାଇଜେସନ (ଡିଆଇଓ) ନୀତି ଭାବେ ଅଭିହିତ ହେବ ବୋସି  କହିଛନ୍ତି।

ଇଣ୍ଟରସେପ୍ଟଙ୍କ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ଫେସବୁକ୍‌ ଏହି ପ୍ରକାର ୪ ହଜାର ଲୋକ ଓ ସଙ୍ଗଠନଙ୍କ ସୂଚୀ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ବିଶ୍ୱର ରାଜନେତାଙ୍କଠାରୁ ଆରମ୍ଭ କରି ଲେଖକ, ଡୋନର, ହସ୍ପିଟାଲ, ଶହଶହ ସଙ୍ଗୀତ କାର୍ଯ୍ୟକ୍ରମ ଓ ଦୀର୍ଘ ସମୟରୁ ପରଲୋକ ହୋଇସାରିଥିବା ଐତିହାସିକ ବ୍ୟକ୍ତିଙ୍କ ନାମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.