Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦାବିରେ ମାମଲା

7/12/2021 at 11:58 AM

ନୂଆଦିଲ୍ଲୀ, ୦୭/୧୨:  ଫେସବୁକ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । କିଛି ଦିନ ତଳେ ଡାଟା ଲିକକୁ ନେଇ ବିବାଦରେ ଫସିଥିଲା ସାମାଜିକ ଗଣମାଧ୍ୟମ ଫେସବୁକ୍ । ଏବେ ରୋହିଙ୍ଗ୍ୟା ବିରୋଧି ହିଂସା ପାଇଁ କମ୍ପାନୀକୁ ଦାୟୀ କରାଯାଉଛି । ଏହାସହ ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା ରୁଜୁ ହୋଇଛି ।

ଫେସବୁକ ବିରୋଧରେ ଏହି ମାମଲା ସାନ ଫ୍ରାନସିସ୍କୋରେ ଦାଖଲ ହୋଇଛି । ଅଭିଯୋଗରେ କୁହାଯାଇଛି ଯେ, ଦକ୍ଷିଣ ପୂର୍ବ ଏସିଆର ଏକ ଛୋଟ ସହରରେ ଦବଦବା ଜାହିର  ପାଇଁ ଫେସବୁକ ନିଜ ପ୍ଲାଟଫର୍ମର ଅସତ ବ୍ୟବହାର କରିଛି । ନିଜ ପ୍ଲାଟଫର୍ମ ମାଧ୍ୟମରେ କମ୍ପାନୀ ଘୃଣା ସୃଷ୍ଟି କରୁଛି । ଫେସବୁକର ଆଲଗୋରିଦମ ଏପରି ଅଛି ଯେପରି ହିଂସା ସୃଷ୍ଟିକାରୀ ଭାଷଣ ଅଧିକ ପ୍ରସାରିତ ହେବ ।ଏସବୁ ପୋଷ୍ଟ ବିରୋଧରେ ଆମେରିକା ଓ ୟୁରୋପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ବି କମ୍ପାନୀ କିଛି ଖାତିର କରୁନାହିଁ ।

ଅଭିଯୋଗରେ ଆହୁରି କୁହାଯାଇଛି ଯେ, ମିଆଁମାରରେ ଫେସବୁକ ନିଜର ଲାଭ ପାଇଁ ରୋହିଙ୍ଗ୍ୟା ମୁସଲିମଙ୍କ ହିତ ବିରୋଧୀ କାମ କରିଛି । ରୋହିଙ୍ଗ୍ୟାଙ୍କ ବିରୋଧରେ ଚାଲିଥିବା ହିଂସାକୁ ଥମାଇବା ପାଇଁ କମ୍ପାନୀ କୌଣସି ପଦକ୍ଷେପ ନେଇନଥିଲା । ୨୦୧୮ରେ କମ୍ପାନୀ ନିଜେ ଏହା ସ୍ୱୀକାର କରିଥିଲା । ଏନେଇ କିଛି ରିପୋର୍ଟରେ ପ୍ରକାଶ ପାଇଥିଲା । ଏହାସହ କମ୍ପାନୀ ଏସବୁ ପାଇଁ କ୍ଷତିପୂରଣ ଦେଉ ବୋଲି କୋର୍ଟରେ ଆବେଦନ କରାଯାଇଛି ।

   Related Posts