FBରୁ ଡିଲିଟ୍ ହେଲା ଜାମିଆ ଗୁଳିକାଣ୍ଡ ଅଭିଯୁକ୍ତର ଆକାଉଣ୍ଟ

Published By : Prameya-News7 Bureau | January 30, 2020 IST

ନୂଆଦିଲ୍ଲୀ ୩୦।୧: ରାଜଧାନୀ ଦିଲ୍ଲୀରେ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ଗୁରୁବାର ଜାମିଆ-ରାଜଘାଟ ମାର୍ଚ୍ଚ ଉପରକୁ ଖୋଲା ଗୁଳିଚାଳନା କରିଥିବା ନାବାଳକର ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିଦିଆଯାଇଛି। ଫେସବୁକ୍ ଇଣ୍ଡିଆ ଏହି ସୂଚନା ଦେଇଛନ୍ତି। ଫେସବୁକ୍ ରେ ଏଭଳି ହିଂସାତ୍ମକ ଘଟଣା ଲାଗି ସ୍ଥାନ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।   

ନାବାଳକ ଫିଲ୍ମ ଅନ୍ଦାଜରେ ଘଟଣା ଭିଆଇଥିଲା। ଘଟଣାର ଅନେକ ପୂର୍ବରୁ ସେ ଫେସବୁକ୍‌ରେ ସୂଚନା ଦେବା ଆରମ୍ଭ କରିବା ସହ ଫେସବୁକ୍ ଲାଇଭ ବି କରିଥିଲା। ଯେଉଁଥିରେ ସେ ଶାହିନ ବାଗ ସମ୍ପର୍କରେ କହିବା ସହ ଏହି ଘଟଣା ପରେ ସେ ଜୀବିତ ବଞ୍ଚିବ କି ନା ସେ ନେଇ ସନ୍ଦେହ ପ୍ରକାଶ କରିବା ସହ ତା ପରିବାରର ଧ୍ୟାନ ରଖିବାକୁ ସମସ୍ତଙ୍କୁ ନିବେଦନ ବି କରିଥିଲା। ତେବେ ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ବିକ୍ଷୋଭ ବେଆଇନ ଭାବେ ହେଉଥିଲା। ତେବେ ଦୋଷୀକୁ କ୍ଷମା କରାଯିବନି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିବା ପରେ ଫେସବୁକ୍ ତା ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି।

ସେହିପରି ଛାତ୍ରର ସମର୍ଥନ ଓ ତାରିଫ କରୁଥିବା ସାମଗ୍ରୀକୁ ଏବେ ହଟାଇବାକୁ ଏବେ ଉଦ୍ୟମ କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି। ଘଟଣାରେ କାହାର ପ୍ରାଣ ହାନୀ ହୋଇ ନାହିଁ। ହେଲେ ଜଣେ ବିକ୍ଷୋଭକାରୀ ଆହତ ହୋଇଥିବା ବେଳେ ତାଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ବିରୋଧୀ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏବେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.