Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ପରୀକ୍ଷଣରେ ଆସିଲା ଭଲ ଖବର, ଗ୍ଲେନମାର୍କର ଫାବିପିରାବିର ଚିକିତ୍ସାରେ ଜଲଦି ସୁସ୍ଥ ହେଉଛନ୍ତି ସଂକ୍ରମିତ

23/07/2020 at 7:14 PM

ନୂଆଦିଲ୍ଲୀ, ୨୩|୦୭:  ଔଷଧ କମ୍ପାନୀ ଗ୍ଲେନମାର୍କ ଫାର୍ମା କରୋନା ମେଡିସିନ୍ ଫାବିପିରାବିରର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା କହିଛି ।ଏହି ଟ୍ରାଏଲରେ ଆକ୍ରାନ୍ତାମାନେ ପୂର୍ବାପେକ୍ଷା ଦ୍ରୁତ ଗତିରେ ଆରୋଗ୍ୟଲାଭ କରୁଛନ୍ତି । ଦେଶର ୭ଟି ସ୍ଥାନରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା ।

କମ୍ପାନୀ କହିଛି ଯେ, ଏହି ଟ୍ରାଏଲରେ ଭଲ ଫଳାଫଳ ଆସିଛି । ଆକ୍ରାନ୍ତମାନେ ସାଧାରଣ ଚିକିତ୍ସା ଅନୁସାରେ ଦ୍ରୁତ ଗତିରେ ସୁସ୍ଥ ହେଉଥିବା ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଏହା ୨୮.୬ ପ୍ରତିଶତ ଅଧିକ ଭାଇରସକୁ ନିପାତ କରିବାରେ ସକ୍ଷମ ହୋଇଛି ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଆକ୍ରାନ୍ତମାନେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଆରୋଗ୍ୟ ହେଉଥିବା ଲକ୍ଷ୍ୟ କରାଯାଉଛି । ପରୀକ୍ଷଣରେ ଫାବିପିରାବିରର ଲାଭ ଓ ଏହା କରୋନା ବିରୋଧରେ କେତେ ପ୍ରଭାବୀ ହେଉଛି ତାହା ଉପରେ ଧ୍ୟାନ ଦିଆଯାଇଥିଲା ।କ୍ଲିନିକାଲ ଟ୍ରାଏଲରେ ଆକ୍ରାନ୍ତମାନଙ୍କର ଥଣ୍ଡା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ, ଶରୀରରେ ତାପମାତ୍ରା ବୃଦ୍ଧି ପାଉଥିବା ଆଦି କମିଥିଲା ।ଫେଭିପିରାବିରର ପ୍ରୟୋଗ ପରେ ଆକ୍ରାନ୍ତଙ୍କଠାରେ ଏସବୁ ଲକ୍ଷଣ ୩ ଦିନରେ ହ୍ରାସ ପାଇଥିଲା । ଯାହା ପୂର୍ବ ପରୀକ୍ଷଣ ତୁଳନାରେ ୪୦ ପ୍ରତିଶତ ଅଧିକ । ପରୀକ୍ଷଣରେ ୬୯.୮ ପ୍ରତିଶତ ଆକ୍ରାନ୍ତ ଚତୁର୍ଥଦିନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିଥିଲେ ।

ସେହିପରି ଗୁରୁତର ଆକ୍ରାନ୍ତମାନେ ଯେଉଁମାନଙ୍କୁ ଭେଣ୍ଟିଲେଟରେ ରଖାଯାଇଛି ସେମାନେ ମଧ୍ୟ ଫେଭିପିରାଭିର ବ୍ୟବହାର ପରେ ଧିରେଧିରେ ସୁସ୍ଥ ହୋଇଛନ୍ତି । ୨୬ଜଣଙ୍କଠାରେ ଏହି ପରୀକ୍ଷଣ କରାଯାଇଥିଲା ।

   Related Posts