ଖରାପ ଟେଷ୍ଟ କିଟ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ଯେତେ ଆଣିଛୁ ସବୁ ଚୀନକୁ ଫେରାଇ ଦେବୁ
24/04/2020 at 9:31 PM

ନୂଆଦିଲ୍ଲୀ ୨୪।୦୪: ଦେଶର ଅନେକ ରାଜ୍ୟରେ ରାପିଡ୍ ଟେଷ୍ଟ କିଟ୍ ଖରାପ ଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି ଟେଷ୍ଟ କିଟ୍ ଭୁଲ୍ ରିପୋର୍ଟ ଦେଉଛି, ଯେଉଁ କାରଣରୁ ଡାକ୍ତରଙ୍କୁ ଆହୁରି ହଇରାଣ ହେବାକୁ ପଡୁଛି। ଏବେ ଏହାକୁ ନେଇ କେନ୍ଦ୍ର ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଏହି ସବୁ ଟେଷ୍ଟ କିଟ୍କୁ ଯେଉଁ ଦେଶରୁ କିଣା ଯାଇଛି ସେହି ଦେଶକୁ ପଠାଇ ଦିଆଯିବ। କେବଳ ଭାରତ ଏକାକୀ ଦେଶ ନୁହଁ ଯେଉଁଠୁ ଚୀନର ଟେଷ୍ଟ କିଟ୍ ଖରାପ ଥିବା ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଅନେକ ଦେଶ ଚୀନର ସାମାନ ନିମ୍ନମାନର ହୋଇଥିବା କହି ଆସିଛନ୍ତି। ଚୀନ ତ ନିଜର ଚିର ବନ୍ଧୁ ପାକିସ୍ତାନକୁ ମହିଳାଙ୍କ ଅନ୍ତ ବସ୍ତ୍ରରେ ନିର୍ମିତ ମାସ୍କ ପଠାଇ ଦେଇଥିଲା।

ବେକାର କିଟ୍ ପଠାଇଥିଲା ଚୀନ
ଭାରତ ଚୀନଠୁ ମଧ୍ୟ ଟେଷ୍ଟ କିଟ୍ ମଗାଇଥିଲା, ମାତ୍ର କରୋନା ସଂକ୍ରମଣ ଯାଞ୍ଚରେ ଏହି କିଟ୍ ଭାରତୀୟ ମାନଦଣ୍ଡ ଅନୁସାରେ ନିମ୍ନମାନର ସାବ୍ୟସ୍ତ ହୋଇଥିଲା। ଏହି କାରଣରୁ ଏହି ସବୁ କିଟ୍ କିଣା ଯାଇଥିବା ଦେଶକୁ ଫେରାଇ ଦିଆଯିବ। ଏହି କିଟ୍କୁ ନେଇ ଦେଶର ଅନେକ ରାଜ୍ୟରୁ ଅଭିଯୋଗ ଆସିଥିଲା। ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ ଚୌବେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ଖରାପ ପରୀକ୍ଷଣ କିଟ୍କୁ ଚୀନକୁ ଫେରାଇ ଦିଆଯିବ। ଆମେ ଏ ପର୍ଯ୍ୟନ୍ତ କିଣି ଥିବା ଟେଷ୍ଟ କିଟ୍ ଉପରେ ଗୋଟିଏ ହେଲେ ଟଙ୍କା ପୈଠ କରିନୁ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

କରୋନା ସଙ୍କଟ ବେଳେ ଚୀନ ଦେଲା ଧୋକା
କରୋନା ମହାମାରୀର ମୁକାବିଲା ପାଇଁ ସବୁ ଦେଶ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। କରୋନାକୁ ମାତ୍ ଦେବା ପାଇଁ ଭାରତ ଚୀନଠୁ ରାପିଡ ଟେଷ୍ଟ କିଟ୍ ମଗାଇଥିଲା, ମାତ୍ର ଏହି କିଟ୍ର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା। ସ୍ଥିତି ଏମିତି ଉପୁଜିଲା ଯେ, ରାଜସ୍ଥାନ ନିଜ ରାଜ୍ୟରେ ରାପିଡ୍ ଟେଷ୍ଟ କିଟ୍ ଯାଞ୍ଚ ଉପରେ ରୋକ୍ ଲଗାଇଥିଲା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR)ମଧ୍ୟ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ସମସ୍ତ ରାଜ୍ୟକୁ ଏହି କିଟ୍ରେ ଯାଞ୍ଚ ନକରିବାକୁ ଆଦେଶ ଦେଇଥିଲେ। ଏହା ପରେ ସମସ୍ତ ରାଜ୍ୟ ଦୁଇ ଦିନ ପର୍ଯ୍ୟନ୍ତ ଯାଞ୍ଚ ଉପରେ ରୋକ୍ ଲଗାଇଛନ୍ତି।
ଏହା ପୂର୍ବରୁ ୟୁରୋପର ଅନେକ ଦେଶ ୨୦ ଲକ୍ଷ କିଟ୍ ଚୀନକୁ ପଠାଇ ଦେଇଥିଲା। ଅଭିଯୋଗ ହୋଇଛି ଯେ, ଚୀନ ଗୋଟିଏ ମାସ ବିଳମ୍ବ ପରେ ଯାଇ ଏହି କିଟ୍ ଭାରତକୁ ପଠାଇଥିଲା। ଯେବେ ଭାରତରେ କରୋନା ଯାଞ୍ଚ ଜୋରଦାର କରିବା ବେଳେ ଏହି କିଟ୍ ଏବେ ଧୋକା ଦେଇଛି। ତେଣୁ କେନ୍ଦ୍ର ସରକାର ଏହି ସବୁ କିଟ୍ ଚୀନକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।