Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ହ୍ବାଇଟହାଉସରେ ଅନୁଷ୍ଠିତ କାର୍ଯ୍ୟକ୍ରମ ହେଲା କୋଭିଡ ସୁପରସ୍ପ୍ରେଡର, ସଙ୍ଗୀନ ଅଭିଯୋଗ ଆଣିଲେ ଆମେରିକୀୟ ବିଶେଷଜ୍ଞ

10/10/2020 at 3:02 PM

ଓ୍ବାଶିଂଟନ୍ ୧୦/୧୦: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହେବା ପରେ ହ୍ବାଇଟହାଉସର ପରିବେଶ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରମୁଖ ଆମେରିକୀୟ ସଂକ୍ରାମକ ରୋଗ ବିଶେଷଜ୍ଞ। ସେ ହେଲେ ବରିଷ୍ଠ ବିଶେଷଜ୍ଞ ଆନ୍ଥୋନି ଫାଉଚି । ସେ ସେପ୍ଟେମ୍ବର ୨୬ରେ ହ୍ବାଇଟ ହାଉସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ  ‘ସୁପରସ୍ପ୍ରେଡର ଇଭେଣ୍ଟ’ କହିଛନ୍ତି। କାରଣ ଏହି କାର୍ଯ୍ୟକ୍ରମରେ ବହୁ ଲୋକ ସଂକ୍ରମିତ ହୋଇଛନ୍ତି। ଏପରିକି ସେହିଠାରୁ ହିଁ ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ସେ କହିଛନ୍ତି ହ୍ବାଇଟହାଉସରେ ସୁପରସ୍ପ୍ରେଡର ଇଭେଣ୍ଟ ହିଁ ଆ​‌ୟୋଜନ ହୋଇଥିଲା। ଏହା ଏମିତି ଏକ ପରିସ୍ଥିତି ଥିଲା ଯେଉଁଠି ଏକାଧିକ ଲୋକ ରୁଣ୍ଡ ହୋଇ ଥିଲେ। ମାତ୍ର କେହି ମାସ୍କ ପିନ୍ଧି ନ ଥିଲେ। ଯାହା ଦ୍ବାରା ଭାଇରସ ବ୍ୟାପିଛି। ଏହି କଥା ହିଁ ଆପେ ଆପେ ଏସବୁ ବୟାନ କରୁଥିବା ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିରେ ସାମିଲ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟଲେଡି ମେଲାନିଆ ଟ୍ରମ୍ପ, ଟ୍ରମ୍ପ ମହିଳା ସହଯୋଗୀ ହୋପ ହିକ୍ସ ତଥା ପ୍ରେସ ସଚିବ କେଲିଘ ମାକଏନାନି। ୭୯ ବର୍ଷୀୟ ଫାଉଚି ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆଲର୍ଜୀ ଆଣ୍ଡ ଇନଫେକଟିୟସ ଡିଜିଜର ନିର୍ଦେଶକ। ପୃଥିବୀରେ ଆମେରିକାରେ କରୋନା ମାମଲା ଅଧିକ ଥିବା ନେଇ ସେ ମୁହଁ ଖୋଲିବା ସହ ଟ୍ରମ୍ପଙ୍କୁ ମଧ୍ୟ ଏ ନେଇ ସଚେତନ କରିଥାନ୍ତି।

   Related Posts