ବଲିଉଡ୍କୁ ନେଇ ଖୁଲାସା କଲେ ଦଙ୍ଗଲ ଅଭିନେତ୍ରୀ : କହିଲେ ‘ଫିଲ୍ମ କରିବା ପୂର୍ବରୁ ଅବୈଧ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଏ’

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯।୧୦ : ଆଜିର ସମୟରେ, ସୋସିଆଲ ମିଡିଆରେ ସମସ୍ତେ ଅତ୍ୟନ୍ତ ଆକ୍ଟିଭ ରହୁଛନ୍ତି । ସୋସିଆଲ ମିଡିଆରେ ନିଜର ଦୃଷ୍ଟିକୋଣକୁ ପ୍ରକାଶ କରିବା ଏବଂ ଏହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଉପାୟ ହୋଇପାରିଛି, ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଟନ୍ତି। ଏଥିରେ ଅନେକ ବଲିଉଡ ଅଭିନେତା ମଧ୍ୟ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ଜୀବନ ସହିତ ଜଡିତ ରୋଚକ ତଥ୍ୟ ଖୋଲାଖୋଲି ଭାବରେ ସେୟାର କରିଥାନ୍ତି । ଅପରପକ୍ଷେ ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଏହି ପ୍ଲାଟଫର୍ମରୁ ଦୂରତା ରଖିବା ଉଚିତ୍ ମନେ କରନ୍ତି ଏବଂ ବର୍ତ୍ତମାନ ଅଭିନେତ୍ରୀ ଫାତିମା ସାନା ଶେଖଙ୍କ ନାମ ମଧ୍ୟ ଏଥିରେ ଦେଖାଦେଇଛି । ସେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍ ରୁହନ୍ତି ।

ଫାତିମା ସାନା ଶେଖ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ, ଅଭିନେତ୍ରୀଙ୍କ ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା, ଅନେକ ଫ୍ୟାନ୍ସ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି କାରଣ ପ୍ରତ୍ୟେକଙ୍କର ଅଧିକାର ଅଛି ସେମାନଙ୍କ ଜୀବନରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଉପରେ । ହେଲେ ଫାତିମା ମଧ୍ୟ କିଛି ଏଭଳି ଇଣ୍ଡଷ୍ଟ୍ରୀ ବିଷୟରେ କହିଛନ୍ତି , ଯାହା ତାଙ୍କ ସହ ଘଟିତିଲା ସେ କେବେ ଖୁଲାସା କରି ନଥିଲେ । ହେଲେ ସେ ଏକ ସାକ୍ଷାତକାରରେ କହିଛନ୍ତି ।

ତେବେ ଫିଲ୍ମ ଦଙ୍ଗଲ ପୂର୍ବରୁ ସେ ବଲିଉଡରେ ଶିଶୁ କଳାକାର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସାକ୍ଷାତକାରରେ ଫାତିମା କାଷ୍ଟିଂ କାଉଚ ପ୍ରସଙ୍ଗରେ ମଧ୍ୟ କଥା ହୋଇଥିଲେ, ଅଭିନେତ୍ରୀ କହିଥିଲେ ଯେ ମୁଁ ମଧ୍ୟ କାଷ୍ଟିଂ କାଉଚ୍ ର ଶିକାର ହୋଇଛି, ଏହା ମୋ ସହିତ ଅନେକ ଥର ଘଟିଛି ଯେତେବେଳେ ମୋତେ କୁହାଯାଇଥିଲା ଯେ ଯଦି ତୁମେ କାମ ଚାହୁଁଛ, ତେବେ ତୁମକୁ ଶାରୀରିକ ସମ୍ପର୍କ ରଖିବାକୁ ପଡିବ । ହେଲେ ରେଫରେନ୍ସ କାରଣରୁ ମୋ ପ୍ରୋଜେକ୍ଟ ଅନ୍ୟ କାହାକୁ ମିଳି ଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.