Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟ୍ରୋଲର୍ସଙ୍କ ଉପରେ ବର୍ଷିଲେ ଫାତିମା : କହିଲେ ମୋ ଦେହ, ମୋ ନିୟମ,ତୁମର….

25/05/2019 at 11:47 AM

ମୁମ୍ବାଇ ୨୫/୫: ଆପଣ ସମସ୍ତେ ଜାଣନ୍ତି ଯେ ସୋଶିଆଲ ମିଡିଆରେ କେତେକ ଲୋକ କମେଣ୍ଟ ଦେଇଥାଆନ୍ତି ଏବଂ ସେଲେବ୍ସଙ୍କୁ ତ ସବୁବେଳେ କମେଣ୍ଟ ମିଳିଥାଏ। ଏବଂ ସେହିପରି କେତେକ ଲୋକ ଟ୍ରୋଲିଙ୍ଗକୁ ନିଜ ପେସା ଭାବେ ବାଛିସାରିଲେଣି। ସବୁଦିନ ସେମାନେ କାହାକୁ ନା କାହାକୁ ଟ୍ରୋଲ୍ କରନ୍ତି।

ଗତ କିଛି ଦିନ ହେଲା ଅରବାଜ ଖାନ୍ ଏହି ଟ୍ରେଣ୍ଡକୁ ଦେଖି ଏକ ଅନଲାଇନ ଟକ୍ ଶୋ ଆରମ୍ଭ କରିଛନ୍ତି। ଏଠାରେ ସେଲିବ୍ରିଟିମାନେ ଆସି ଟ୍ରୋଲ୍ ପ୍ରଶ୍ନ ବିଷୟରେ ଆଲୋଚନା କରନ୍ତି। ସେହିପରି ନିକଟରେ ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖଙ୍କୁ ନିଜ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ଏହିପରି ଏକ କମେଣ୍ଟ ମିଳିଥିଲା ଯାହାର ଜବାବ ସେ ପୂରା ଖାସ ଅନ୍ଦାଜରେ ଦେଇଥିଲେ।

ଅମୀର ଖାନଙ୍କ ସହ ‘ଦଙ୍ଗଲ’ରେ ତାଙ୍କ କୁସ୍ତି ଯୋଦ୍ଧା ଝିଅ ଭୂମିକାରେ ଅଭିନୟ କରିଥିବା ଫାତିମା ସାନା ଶେଖ ନିକଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କ୍ୟାପସନ ଦେଇଛନ୍ତି –‘ଆଜିକାଲି ମୁଁ ଢଳିଯାଇଛି,ଦିନ ତମାମ ହୋଇଛି।ତୁ ଭି ଶୋଇଯା ଶୋଇଗଲା ରଙ୍ଗଭରା ସନ୍ଧ୍ୟା’। ଏହି ଫଟୋକୁ ଦେଖିବା ପରେ କେତେକ ଲୋକ ଫାତିମାଙ୍କ ଫଟୋର ପସନ୍ଦ କରିଥିବାବେଳେ ଜଣେ ବ୍ୟକ୍ତି ଫାତିମାଙ୍କୁ ଠିକ ଭାବେ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।

ଫାତିମା ଏହାର ଉତ୍ତରରେ କହିଛନ୍ତି-‘ଏବଂ ଆପଣ ମୋ ବନ୍ଧୁ,ମୁଁ ଆପଣଙ୍କୁ ବ୍ଲକ୍ କରୁଛି। ମୋ ଦେହ,ମୋ ନିୟମ,ତୁମର ଗମଲା,ତୁମ ଫୁଲ’।

ଫାତିମାଙ୍କ କାମ ବିଷୟରେ କଥା ହେବା ଯଦି ଫାତିମା ଏବେ ହରର କମେଡ଼ି ଫିଲ୍ମରେ କାମ କରୁଛନ୍ତି। ‘ଭୂତ ପୋଲିସ’ ନାମକ ଫିଲ୍ମରେ ତାଙ୍କ ସହ ସୈଫ ଅଲ୍ଲୀ ଖାନ ଏବଂ ଅଲି ଫଜଲ୍ ଅଭିନୟ କରୁଛନ୍ତି।   

   Related Posts