କରୋନାରେ ଚାଲିଗଲା ଜୀବନ: ବାପାଙ୍କ ସ୍ମୃତିରେ ସିଲିକନ୍ ଷ୍ଟାଚ୍ୟୁ ତିଆରି କଲା ପୁଅ, ଦେଖିବାକୁ ଠିକ୍ ଜୀବନ୍ତ ମଣିଷ ଭଳି

Published By : Prameya-News7 Bureau | September 24, 2021 IST

ସାଙ୍ଗଲି ୨୪/୦୯ : ନିଜ ପିତାଙ୍କୁ ସମ୍ମାନ ଦେବାକୁ ଓ ସବୁବେଳେ ନିଜ ପାଖେ ରଖିବା ଇଚ୍ଛାରେ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କର ଏକ ସିଲିକନ ଷ୍ଟାଚ୍ୟୁ ତିଆରି କରିଛନ୍ତି। ଏହି ଷ୍ଟାଚ୍ୟୁ ସୋଫାରେ ବସିଥିବା ପୋଜରେ ତିଆରି ହୋଇଛି। ଏହି ପ୍ରତିମୂର୍ତ୍ତିକୁ ଦେଖିଲେ ଆପଣ ବି ଜାଣିପାରିବେନି ଯେ ଏହା ପ୍ରତିମୂର୍ତ୍ତି। ମୂର୍ତ୍ତିରେ ନଜର ଆସୁଥିବା ରଙ୍ଗ, ରୂପ, ମୁହଁ, ନିଶ, ଆଖି ଓ ଶରୀରର ପ୍ରାୟ ସବୁ ଅଙ୍ଗ ଦେଖିବାକୁ ଜଣେ ଜୀବିତ ବ୍ୟକ୍ତି ଭଳି।

{"id":517018,"sizeSlug":"full","linkDestination":"none"}

ଏହାକୁ ତିଆରି କରାଇଥିବା ଅରୁଣ କୋରେ ଦାବି କରିଛନ୍ତି ଯେ ଏହା ମହାରାଷ୍ଟ୍ରର ପ୍ରଥମ ସିଲିକନ ଷ୍ଟାଚ୍ୟୁ। ସେ ଏହାକୁ ନିଜ ପିତା ସ୍ବର୍ଗୀୟ ରାଓସାହେବ କୋରେଙ୍କ ସ୍ମୃତିରେ ତିଆରି କରିଛନ୍ତି। ସ୍ବର୍ଗୀୟ ରାଓସାହେବ କୋରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ନିରୀକ୍ଷକ ଥିଲେ। ଗତ ବର୍ଷ ଡ୍ୟୁଟିରେ ଥିବାବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଲି ସମ୍ପ୍ରଦାୟର ନେତା ଭାବେ ପ୍ରସିଦ୍ଧ ରାଓସାହେବ ତାଙ୍କ ଅଞ୍ଚଳର ଦୟାଳୁ ସ୍ୱଭାବର ନେତା ଥିଲେ। ସେଥିପାଇଁ ତାଙ୍କର ଏହି ପ୍ରତିମୂର୍ତ୍ତିକୁ ଦେଖିବାକୁ ଦୂର ଦୂରରୁ ଲୋକେ ଆସୁଛନ୍ତି।

୨୦୨୦ ରେ କୋରେଙ୍କ ଦେହାନ୍ତରେ ତାଙ୍କ ପରିବାର ତାଙ୍କୁ ବହୁତ ମନେପକାଉଥିଲେ। ଫଳରେ ଅରୁଣଙ୍କ ମନରେ ସିଲିକନ ଷ୍ଟାଚ୍ୟୁ ତିଆରି କରିବା ବିଚାର ଆସିଥିଲା। ଏହି ପ୍ରତିମୂର୍ତ୍ତି ତିଆରି କରିବାକୁ ବେଙ୍ଗାଲୁରୁର ମୂର୍ତ୍ତିକାର ଶ୍ରୀଧର ୫ ମାସ ଯାଏଁ କଠିନ ପରିଶ୍ରମ କରିଥିଲେ।

{"id":517022,"width":593,"height":445,"sizeSlug":"full","linkDestination":"none"}

ଗୋଟିଏ ସିଲିକନ ଷ୍ଟାଚ୍ୟୁର ଲାଇଫ ପ୍ରାୟ ୩୦ ବର୍ଷ ହୋଇଥାଏ। ଏହି ମୂର୍ତ୍ତିକୁ ପିନ୍ଧାଯାଇଥିବା ପୋଷାକ ସବୁଦିନ ବଦଳା ଯାଇପାରେ। ଏହି ମୂର୍ତ୍ତି ସାଧାରଣ ମଣିଷ ଭଳି ଦେଖାଯାଏ। ଅରୁଣ କୋରେ କହିଛନ୍ତି ମୂର୍ତ୍ତି ଦେଖି ତାଙ୍କୁ ନିଜ ପିତାଙ୍କ ଅଭାବ କେବେ ଅନୁଭୂତ ହେବନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.