Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପିତାଙ୍କ ମୃତ୍ୟୁ, ଦର୍ଶକଙ୍କ ଗାଳି… ତଥାପି ଭାଙ୍ଗି ପଡିନଥିଲେ ସିରାଜ, ଆଜି ତାଙ୍କ ପାଇଁ ପୂରା ଦେଶ ବଜାଉଛି ତାଳି

19/01/2021 at 4:05 PM

ନୂଆଦିଲ୍ଲୀ ୧୯।୦୧: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଅବିଶ୍ଵସନୀୟ ପ୍ରଦର୍ଶନ କରି ଘରୋଇ ଦଳ ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଏଥିସହ ଲଗାତାର ତୃତୀୟ ଥର ବର୍ଡର-ଗାଭାସ୍କର ଟ୍ରଫି ନିଜ ନାଁରେ କରିଛି। ବ୍ରିସବେନରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ ଓ୍ଵିକେଟ୍‌ରେ ହରାଇ କଙ୍ଗାରୁ ଦଳର ଗର୍ବ, ଅହଙ୍କାର ଚୂର୍ଣ୍ଣ କରିଛି। ଏହି ବିଜୟରେ ଋଷଭ ପନ୍ତଙ୍କଠୁ ନେଇ ଶୁବମାନ ଗିଲ୍ ହିରୋ ସାଜିଛନ୍ତି। ହେଲେ ସବୁଠୁ ଅଧିକ ଚର୍ଚ୍ଚା ମହମ୍ମଦ ସିରାଜଙ୍କୁ ନେଇ ହେଉଛି।

ଅଷ୍ଟ୍ରେଲିଆ ଗସ୍ତରେ ସ୍ଥାନୀୟ ଦର୍ଶକଙ୍କ ଟାର୍ଗେଟ୍‌ରେ ସବୁଠୁ ଅଧିକ ମହମ୍ମଦ ସିରାଜ ରହିଥିଲେ। ସିଡନୀ ଟେଷ୍ଟ ସମୟରେ ଦର୍ଶକ ସିରାଜଙ୍କ ଉପରେ ବର୍ଣ୍ଣବୈଷମ ଟିପ୍ପଣୀ କରିଥିଲେ। ଏହା ପରେ ବ୍ରିସବେନରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ଜାରି ରହିଥିଲା। ଅଷ୍ଟ୍ରେଲିଆ ଦର୍ଶକ ସିରାଜଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରିଥିଲେ, ମାତ୍ର ସିରାଜଙ୍କ ଶାଣିତ ବୋଲିଂରେ କଙ୍ଗାରୁ ଦଳକୁ ନିଜ ଘରେ ପରାଜୟର ମୁହଁ ଦେଖିବାକୁ ମିଳିଛି।

ଦ୍ଵିତୀୟ ଇନିଂସରେ ସିରାଜ୍ ୭୩ ରନରେ ୫ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ଦଳର ସ୍କୋରକୁ ୨୯୪ ରନରେ ସୀମିତ କରିଥିଲେ। ସିରାଜଙ୍କ ଟେଷ୍ଟ କ୍ୟାରିୟରରେ ଏହା ପ୍ରଥମ ୫ ଓ୍ଵିକେଟ୍ ସଫଲତା। ତାଙ୍କ ବ୍ୟତୀତ ଶାର୍ଦ୍ଦୁଳ ଠାକୁର ମଧ୍ୟ ୪ ଓ୍ଵିକେଟ୍ ନେଇ କଙ୍ଗାରୁ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।

ମହମ୍ମଦ ସିରାଜଙ୍କ ଅଷ୍ଟ୍ରେଲିଆ ଗସ୍ତ ବହୁତ ସ୍ମରଣୀୟ  ହୋଇ ରହିବ। ଅଷ୍ଟ୍ରେଲିଆରେ କ୍ଵାରେଣ୍ଟାଇନ୍‌ରେ ଥିବା ବେଳେ ତାଙ୍କ ପିତାଙ୍କ ନିଧନ ହୋଇଥିଲା। ସେ ନିଜ ପିତାଙ୍କୁ ମୁଠାଏ ମାଟି ମଧ୍ୟ ଦେଇ ପାରିଲେ ନାହିଁ। ବିସିସିଆଇ ସିରାଜଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ଦେଇଥିଲା। ତଥାପି ସିରାଜ ନିଜ ପିତାଙ୍କ ସ୍ଵପ୍ନ ପୂରଣ ପାଇଁ ଘରକୁ ଫେରିବାକୁ ମନା କରିଥିଲେ।

ଏବେ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ପରେ ମହମ୍ମଦ ସିରାଜଙ୍କ ପରିଶ୍ରମ, ପ୍ରଦର୍ଶନ ଏବଂ ଦେଶ ପାଇଁ ଉତ୍ସର୍ଗୀକୃତ ଭାବନାକୁ ପ୍ରତିଟି ଭାରତୀୟ ସଲାମ କରୁଛି। ପିତାଙ୍କ ମୃତ୍ୟୁଠୁ ନେଇ ଦର୍ଶକଙ୍କ ଗାଳି ପର୍ଯ୍ୟନ୍ତ… ଏସବୁ ସିରାଜଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା। ଓଲଟା ସିରାଜଙ୍କ ପ୍ରଦର୍ଶନ ଆହୁରି ନିଖୁଣ ହୋଇ ଚାଲିଥିଲା। ଆଜି ପୂରା ଦେଶ ସିରାଜଙ୍କ ପାଇଁ ତାଳି  ବଜାଉଛନ୍ତି।

   Related Posts