ପୁଅ ଜନ୍ମଦିନରେ ଉଠିଲା ବାପାଙ୍କ କୋକେଇ, ଲୁହରେ ଭିଜିଲା ଜନ୍ମଦିନ

Published By : Prameya-News7 Bureau | January 07, 2020 IST

ଉତ୍ତରାଖରଣ୍ଡ୭/୧: ପୁଅର ଜନ୍ମଦିନରେ ଘରେ ପହଞ୍ଚିଲା ବାପାଙ୍କ ଶବ। ମୋହିତ ଯୋଶୀଙ୍କ ହତ୍ୟା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ପୁଅ ଆଉ ସ୍ତ୍ରୀ ବାଟ ଚାହିଁ ବସିଛନ୍ତି, ବାପା ଆସିଲେ କେକ୍‌ କଟାଯିବ। ହେଲେ କେକ୍‌ ବଦଳରେ ମୋହିତଙ୍କ ଶବ ଆସି ପହଞ୍ଚିଲା। ତା ପରେ ଘରେ ପଡ଼ିଥିଲା କାନ୍ଦ, ବୋବାଳି। ମୋହିତଙ୍କ ସହକର୍ମଚାରୀ ରାଗରେ ତାଙ୍କୁ ହତ୍ୟା କରିଥିଲା। ଉତ୍ତରାଖଣ୍ଡର ପିଥୋଗଡ଼ରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

{"id":208158,"sizeSlug":"large"}

ଗତ ଡ଼ିସେମ୍ବର ମାସରେ ଭଣଜାର ଏକୋଇଶିଆରେ ମାମୁଁ ମୋହିତ ଘରକୁ ଆସିଥିଲେ। ପରିବାର ସହ ଭଣଜାର ନାମକରଣ କରି ମୋହିତ ପୁଣି ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ। ଜାନୁଆରୀ ୭ ତାରିଖ  ଅର୍ଥାତ ଆଜିର ଦିନରେ ତାଙ୍କ ପୁଅର ଜନ୍ମଦିନରେ ଆସିବେ ବୋଲି ମୋହିତ କଥା ଦେଇ ଯାଇଥିଲେ। କିନ୍ତୁ ଦୁଃଖର କଥା ଯେ ପୁଅର ଜନ୍ମଦିନରେ ବାପାଙ୍କ ଶବ ଉଠିଲା।

{"id":208159,"sizeSlug":"large"}

ପୋଲିସର ସୂଚନା ମୁତାବକ, ପୋଲିସରେ ମୋହିତ ଚାକିରି କରିଥିଲେ। କୌଣସି ଏକ କାରଣକୁ ନେଇ ମୋହିତ ଯୋଶୀ ଓ ତାଙ୍କ ସହକର୍ମଚାରୀ ଗିରିଶ୍‌ ଯୋଶୀ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ଅଭିଯୁକ୍ତ ଗିରିଶ୍‌ ଯୋଶୀ ମୋହିତଙ୍କୁ ହତ୍ୟା କରିଥିଲା। ହତ୍ୟା କରିବାର ପାଞ୍ଚଦିନ ପ​‌ରେ ମୋହିତଙ୍କ ଶବକୁ ପୋଲିସ ଉଦ୍ଧାର କରିଥିଲା। ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଛାନଭିନ୍ କରିବା ପରେ ଅଭିଯୁକ୍ତ ଗିରିଶ୍‌ର ସନ୍ଧାନ ପାଇଥିଲା। ଏହା ପରେ ପୋଲିସ ଗିରିଶ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.