Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

୪ ବର୍ଷ ଝିଅକୁ ହତ୍ୟା କରି ୬ ଘଣ୍ଟା ଅଟୋରେ ଧରି ବୁଲିଲା ବାପା, ୨୦ ଦିନ ତଳେ ସ୍ତ୍ରୀ ଘର ଛାଡି ଚାଲିଯାଇଥିଲା

30/10/2020 at 12:36 PM

ନୂଆଦିଲ୍ଲୀ ୩୦/୧୦: ଗାଜିଆବାଦରୁ ଅତ୍ୟନ୍ତ ଦୟନୀୟ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଜିଆବାଦ ଖୋଡାରେ ରହୁଥିବା ଜଣେ ଅଟୋଚାଳକ ତା’ ଚାରି ବର୍ଷ ଝିଅକୁ ହତ୍ୟା କରିଛି। ଏହା ସହ ଝିଅର ମୃତ ଦେହକୁ ଧରି ଅଟୋ​ରେ ବୁଲିଛି। ଘଟଣା ବାବଦରେ ଅଭିଯୁକ୍ତର ଭାଇ ନୋଏଡା ପୋଲିସକୁ ସୂଚନା ଦେଇଥିଲା।  ଯାହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସ୍ ପଚରାଉଚରାରେ ଅଭିଯୁକ୍ତ କହିଛି ୨୦ ଦିନ ତଳେ ତାସ୍ତ୍ରୀ ତିନିବର୍ଷ ପୁଅକୁ ଧରି  ଘର ଛାଡି ଚାଲିଯାଇଛି।  ଗୁରୁବାର ଦିପହରରେ ତାଙ୍କ ଝିଅ କ୍ରମାଗତ ଭାଇ ଓ ମା’ଙ୍କୁ ମନେ ପକାଇ କାନ୍ଦିଲା। ଝିଅକୁ ଚୁପ୍ କରିବାକୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଚୁପ୍ ହୋଇ ନ ଥିଲା। ସେଇଠୁ ସେ ରାଗରେ ତା’ ତଣ୍ଟି ଚାପି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ବାପା। ତା’ପରେ ଝିଅର ମୃତଦେହକୁ ଅଟୋରେ ୬ ଘଣ୍ଟା ଧରି ସ୍ତ୍ରୀକୁ ଖୋଜୁଥିବା କହିଛି।

ସୂଚନାଯୋଗ୍ୟ ସୁଲତାନପୁର ନିବାସୀ ବାସୁଦେବ ଗୁପ୍ତା ନେହରୁ ଗାର୍ଡେନ କଲୋନିର ରହେ। ଏହା ସହ ମାଲବାହୀ ଅଟୋ ଚଳାଏ। ଅଭିଯୁକ୍ତର ପତ୍ନୀ ଏକ ସ୍ପା ସେଣ୍ଟରରେ କାମ କରୁଥିଲା। ୨୦ ଦିନ ତଳେ ଅଭିଯୁକ୍ତ ସ୍ତ୍ରୀ ତିନିବର୍ଷ ପୁଅକୁ ଧରି କେଉଁଆଡେ ହଠାତ ଚାଲିଯାଇଛି। ପୋଲିସ ଏବେ ପିଲାଟିର ମୃତହେକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଛି।

   Related Posts