ଛୋଟ ପୁଅ, ଝିଅଙ୍କୁ ଘରେ ବନ୍ଦ କରି ଜାଳିଦେଲା ବାପ, ନି​‌ଜେ ବି ଜଳିଗଲା, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | December 01, 2021 IST

ଗୋରଖପୁର ୦୧/୧୨: ନିଜ ଛୋଟ ପୁଅ ଏବଂ ଝିଅଙ୍କ ସହ ନିଜକୁ ନିଆଁ ଲଗାଇ ମାରିଦେଲା ବାପ । ଘରେ ଥିବା ଗ୍ୟାସ୍‌  ସିଲିଣ୍ଡରରେ ନିଆଁ ଲଗାଇ ବାପ ଏମିତି କରିଥିବା କୁହାଯାଉଛି। ମୃତ ଝିଅ ଅନପୂର୍ଣ୍ଣାକୁ ୭ ଏବଂ ପୁଅ କନୋଜିଆକୁ ୫ ବର୍ଷ ହୋଇଥିଲା। ଏହି ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଗୀଡ଼ା ଥାନା ଅନ୍ତର୍ଗତ ଛପିଆ ସରୟା ଗାଁରେ ଘଟିଛି।

ଗାଁର ମଦନ ଲାଲଚାନ୍ଦ ନାମକ ଜଣେ ବ୍ୟକ୍ତି ନିଜର କୁନି କୁନି ଝିଅ-ପୁଅଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିବା ବେଳେ ନିଜେ ମଧ୍ୟ ପୋଡ଼ି ପାଉଁସ ହୋଇଯାଇଛି ।ଏନେଇ ଖବର ପାଇବା ପରେ ଗୀଡ଼ା ପୋଲିସ ମାମଲାର ଯାଞ୍ଚ କରୁଛି। ୩୫ ବର୍ଷୀୟ ମଦନ ପିଲାଙ୍କ ସହ ନିଜକୁ ଜାଳିଦେବାର ପ୍ରକୃତ କାରଣ କଣ ଏଯାଏଁ ଜଣାପଡ଼ିନାହିଁ।

କିନ୍ତୁ ସ୍ଥାନୀୟ ଲୋକଙ୍କ ଅନୁସାରେ, ମଦନ ମାନିସିକ ବିକାରଗ୍ରସ୍ତ ଥିବା ବେଳେ ଦୀର୍ଘ ଦିନ ହେଲା ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛି। ମାନସିକ ସନ୍ତୁଳନ ଠିକ୍‌ ନଥିବାରୁ ନିଜ ସ୍ତ୍ରୀ ସହ ସବୁବେଳେ ଝଗଡ଼ା କରେ ମଦନ। ଶେଷରେ ନିଜ ସ୍ତ୍ରୀକୁ ମାଡ଼ ମାରିବାରୁ ସେ ମଧ୍ୟ ଘର ଛାଡ଼ି ଚାଲିଯାଇଛି । ବୁଧବାର ଦିନ ମଦନ ନିଜ ଘରେ ସିଲିଣ୍ଡର ପାଇପ୍‌ କାଟି ସେଥିରେ ନିଆଁ ଲଗାଇ ଦେଇଥିଲା। ପୂର୍ବରୁ କବାଟ କିଳି ନିଜ ସହ ପୁଅ-ଝିଅଙ୍କୁ ଘରେ ବନ୍ଦ କରିଦେଇଥିଲା ମଦନ। ୩ ଜଣ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.