ନବମ ଶ୍ରେଣୀ ଝିଅର ବେକକୁ ଶିକୁଳିରେ ବାନ୍ଧିଲା ବାପା, ଉଦ୍ଧାର କଲା ସିଡବ୍ଲ୍ୟୁସି ଓ ପୋଲିସ
2/03/2021 at 8:54 AM

କେନ୍ଦୁଝର, ୦୨|୦୩ : ଝିଅର ବେକରେ ଲୁହା ଶିକୁଳି ବାନ୍ଧିଲା ବାପା । ନବମ ଶ୍ରେଣୀରେ ପଢୁଥିବା ଝିଅର ବେକକୁ ଲୁହା ଶିକୁଳିରେ ବାନ୍ଧି ତାଲା ପକାଇ ଘରେ ରଖିଲା ଜନ୍ମଦାତା । କେନ୍ଦୁଝର ସଦର ଥାନା ବରଦାପାଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ସୂଚନାନୁସାରେ, ଗାଁର ଜାମଦା ମାଝିଙ୍କ ଝିଅ କୁସୁମିତ ମାନସିକ ଭାରସାମ୍ୟ ହରାଇ ବାରମ୍ଵାର ଘର ଛାଡି କୁଆଡେ ଚାଲିଯାଉଥିଲେ । ଝିଅଟି ଘରୁ ବାରମ୍ଵାର ଚାଲିଯାଉଥିବାରୁ ବାପା ଚିନ୍ତାରେ ପଡିଯାଇଥିଲେ । ଶେଷରେ ବାଧ୍ୟ ହୋଇ ବାପା ଜାମଦା ଝିଅର ବେକକ ଶିକୁଳିରେ ବାନ୍ଧି ପକାଇଥିଲେ।
ଖବର ପାଇ ତୁରୁମୁଙ୍ଗାରୁ CWC ଓ ପୋଲିସ ଝିଅକୁ ଉଦ୍ଧାର କରି ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସୋମବାର ମଧ୍ୟ କୁସୁମିତ ଘରୁ ଚାଲିଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଜାମଦା ମାଝିଙ୍କ ଜିମା ଦେଇଥିଲେ । ଶେଷରେ ଜାମଦା ବାଧ୍ୟ ହୋଇ କୁସୁମିତକୁ ଶିକୁଳିରେ ବାନ୍ଧି ତାଲା ପକାଇ ରଖିଛନ୍ତି ।