Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଚଳନ୍ତା ଡଙ୍ଗାରୁ ମଝି ଝରଣାରେ ନିଜ ଦୁଇ ଝିଅଙ୍କୁ ଧକ୍କା ମାରିଲା ବାପା : ନିଜ ଜୀବନକୁ ବାଜି ଲଗାଇ ଝିଅଙ୍କ ଜୀବନ ରକ୍ଷାକଲେ ଯୁବକ

28/05/2019 at 2:27 PM

ହିମାଚଳ ପ୍ରଦେଶ ବଙ୍ଗଣାରେ ଜଣେ ବ୍ୟକ୍ତି ନିଜର ଦୁଇ ଝିଅଙ୍କୁ ଚଳନ୍ତା ଡଙ୍ଗାରୁ ଝରଣା ମଧ୍ୟକୁ ଧକ୍କା ଦେଇଦେଲା । ବ୍ୟକ୍ତି ଜଣକର ଏଭଳି କାଣ୍ଡ ଦେଖି ଜଣେ ଯୁବକ ଝରଣା ମଧ୍ୟକୁ ଡେଇଁ ପଡି ଦୁଇ ଶିଶୁଙ୍କୁ ରକ୍ଷା କରି ବାହାରକୁ ଆଣିଥିଲେ । ଏହାପରେ ଅଭିଯୁକ୍ତ ବାପାକୁ ସ୍ଥାନୀୟଲୋକେ ଘେରି ଯାଇଥିଲେ ଏବଂ ତାଙ୍କୁ ମାଡ ମାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁଇ ଝିଅ ତାଙ୍କୁ ରକ୍ଷା କରିଥିଲେ ।

ଅଭିଯୁକ୍ତ ହେଲା ଚମକୌର ସିଂହ । ତାଙ୍କ ଘର ପଞ୍ଜାବ ଲୁଧିଆନା ଅନ୍ତର୍ଗତ ସଦାମ୍ବା ଗାଁରେ । ସୋମବାର ଦିନ ଚମକୌର ସିଂହ ନିଜ ଏବଂ ନିଜ ଭାଇର ପୁରା ପରିବାର ସମେତ  ବାବା ବାଳକନାଥ ମନ୍ଦିର ଦର୍ଶନ ନିମନ୍ତେ ଆସିଥିଲେ । ତାଙ୍କ ସହ ତାଙ୍କ ପତ୍ନୀ, ଦୁଇ ଝିଅ ଏବଂ ପୁଅ ଥିଲେ । ଏହାଛଡା ତାଙ୍କ ଭାଇ, ଭାଉଜ ଏବଂ ତାଙ୍କର ଦୁଇ ପୁଅଝିଅ ଥିଲେ । ସମସ୍ତେ ମନ୍ଦିରରେ ଦର୍ଶନ କରି ଲାଠିଆନି ଠାରୁ ଝରଣା ରାସ୍ତା ଦେଇ ଡଙ୍ଗାରେ ନିଜ ଗାଁକୁ ଫେରୁଥିଲେ । ଯେତେବେଳେ ମୋଟର ବୋଟ ଝରଣାର ମଝି ମଝି ଥିଲା ସେତେବେଳେ ଅଚାନକ ଚମକୌର ନିଜର ଦୁଇ ଝିଅଙ୍କୁ ଝରଣା ମଧ୍ୟକୁ ଧକ୍କା ଦେଇଥିଲା । ବଡ ଝିଅର ବୟସ ୧୨ ବର୍ଷ ଓ ସାନ ଝିଅର ବୟସ ୫ ବର୍ଷ ।

ସେହି ଡଙ୍ଗାରେ ଲାଠିଆନି ଗାଁର ଆଉ ଜଣେ ଯୁବକ ମଧ୍ୟ ଯାଉଥିଲେ । ଦୁଇ ଝିଅ ଝରଣାରେ ବୁଡ଼ିଯାଉଥିବା ଦେଖି ଯୁବକ ସଂଗେ ସଂଗେ ଝରଣାକୁ ଡେଇଁ ପଡିଥିଲା ଏବଂ ଦୁଇ ଝିଅଙ୍କୁ ରକ୍ଷା କରିଥିଲା । ଘଟଣା ପରେ ଡଙ୍ଗାରେ ବସିଥିବା ଅନ୍ୟ ଲୋକମାନେ ଚମକୌରକୁ କାବୁ କରିଥିଲେ । ଲୋକେ ତାଙ୍କୁ ମାଡ ମାରିବାକୁ ଉଦ୍ୟମ କରୁଥିବାବେଳେ ଦୁଇ ଝିଅ ତାଙ୍କୁ ବଞ୍ଚାଇ ଦେଇଥିଲେ ।

ଏତିକିବେଳେ ଜଣେ କେହି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଭାଇ ଏବଂ ପତ୍ନୀ ଚମକୌର ଜଣେ ମାନସିକ ରୋଗୀ ବୋଲି କହିଥିଲେ । କିନ୍ତୁ ପୋଲିସ ତାଙ୍କ କଥାରେ ବିଶ୍ୱାସ ନକରି ଦସ୍ତାବିଜ ମାଗିଥିଲେ । କିନ୍ତୁ ଘରଲୋକ ପୋଲିସକୁ ଏ ସମ୍ପର୍କୀୟ କୌଣସି ଦସ୍ତାବିଜ ଦେଖାଇ ପାରିନଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଚମକୌର ସିଂହ କାହିଁକି ନିଜର ଦୁଇ ଝିଅଙ୍କୁ ଝରଣା ମଧ୍ୟକୁ ଧକ୍କା ମାରିଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଘଟଣାରେ ପରେ ଦୁଇ ଝିଅ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

   Related Posts