ପୁଅର ଭୁଲ୍ ଯୋଗୁଁ ୩ସପ୍ତାହ ହେବ ମୃତ୍ୟୁ ସହ ଯୁଝୁଛି ବାପ : ସାରା ପରିବାର ହନ୍ତସନ୍ତ
18/07/2020 at 3:39 PM

ଫ୍ଲୋରିଡ଼ା ୧୮/୭: ଜଣେ ଯୁବକ ବାପାଙ୍କ କଥା ମାନି ନଥିଲା ଏବଂ ବିନା ମାସ୍କରେ ସାଙ୍ଗମାନଙ୍କ ସହ ବୁଲିବାକୁ ଚାଲି ଯାଇଥିଲା। ଫଳରେ ପୂରା ପରିବାରରେ କରୋନା ସଂକ୍ରମଣ ବ୍ୟାପି ଯାଇଥିଲା। ଏବେ ବାପା ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାଟି ଘଟିଛି ଆମେରିକାର ଫ୍ଲୋରିଡ଼ାରେ।

ପୁଅର ଭୁଲ୍ ଯୋଗୁଁ ୪୨ବର୍ଷ ବୟସ୍କ ବାପା ଜନ୍ ପ୍ଲେସଙ୍କ ଅବସ୍ଥା ଗୁରୁତର ହୋଇ ଯାଇଛି। ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ପୁଅଠୁ କରୋନା ସଂକ୍ରମଣ ହୋଇଛି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ୩ସପ୍ତାହ ହୋଇ ଯାଇଛି।

ଜନ୍ ପ୍ଲେସଙ୍କ ପତ୍ନୀ ମିଶେଲ୍ ଜିମେଟ କହିଛନ୍ତି ଯେ ସେ ୨୧ବର୍ଷ ବୟସ୍କ ସାବତ ପୁଅକୁ ଅନୁରୋଧ କରିଥିଲେ ଯେ ସେ ସାବଧାନ ରୁହନ୍ତୁ,କାରଣ ବାପା ଅଧିକ ଓଜନ ବିଶିଷ୍ଟ ଏବଂ ସେ ଜଣେ ମଧୁମେହ ରୋଗୀ।
ଜନ୍ ପ୍ଲେସ୍ ପାଖାପାଖି ୨ସପ୍ତାହରୁ ଭେଣ୍ଟିଲେଟରରେ ଥିବାବେଳେ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ କେବଳ ଜନଙ୍କୁ ହିଁ ହସ୍ପିଟାଲରେ ଭର୍ତ୍ତି ହେବାର ପରିସ୍ଥିତି ଉତ୍ପନ୍ନ ହୋଇଥିଲା।