ପ୍ରଥମେ କୋଦାଳରେ ଆଘାତ କଲା, ପରେ ତଣ୍ଟି ଚିପି ଦେଲା ପୁଅ : ଛଟପଟ ହୋଇ ଜୀବନ ହାରିଲା ବାପା

Published By : Prameya-News7 Bureau | November 11, 2021 IST

ପାଟଣାଗଡ,୧୧/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ଥାନା ଅନ୍ତର୍ଗତ ଘାଗୁର୍ଲି ଗାଁରେ ଅଘଟଣ ।ସୈତାନ ପୁଅର କୋଦାଳ ଚୋଟରେ ଜୀବନ ହାରିଲା ବାପା । ଅଭିଯୁକ୍ତ ପୁଅ ଗିରଫ ।

ସୂଚନାନୁସାରେ, ଘାଗୁର୍ଲି ଗାଁର ରୁହନ୍ତି ବୈକୁଣ୍ଠ  ମାଝୀ । ପୁଅ ମହେଶ୍ୱରଙ୍କ ସହ ତାଙ୍କର ଅନେକ ସମୟରେ କଳି ଝଗଡା ଲାଗି ରୁହେ ।  ଗୁରୁବାର ଘରୋଇ କଲହକୁ ନେଇ ପୁଣି ବାପା ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଏତେ ଉଗ୍ର ହୋଇଯାଇଥିଲା ଯେ, ପୁଅ  ମହେଶ୍ୱର  ରାଗିଯାଇ ଏକ କୋଦଳରେ ବୈକୁଣ୍ଠଙ୍କୁ ଶକ୍ତ ଆଘାତ ଦେଇଥିଲା। ଏଥିରେ ସେ ତଳେ ପଡିଯାଇଥିଲେ ।

ଏତିକିରେ ମହେଶ୍ୱରଙ୍କ ରାଗ ଶାନ୍ତ ପଡି ନଥିଲା ।  ମହେଶ୍ୱର ବୈକୁଣ୍ଠଙ୍କ ବେକକୁ ଚିପି ଦେଇଥିଲେ । ଫଳରେ ବୈକୁଣ୍ଠଙ୍କ ମୃତ୍ୟ ହୋଇଥିଲା। ପରିବାରର ଅନ୍ୟ ସଦସ୍ୟ ବୈକୁଣ୍ଠଙ୍କୁ  ବେଳପଡା ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମହେଶ୍ୱରଙ୍କୁ ଗିରଫ କରି ଅଧିକ ତଦନ୍ତ  ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.