ଭୟଙ୍କର କାର-କ୍ୟାଣ୍ଟର ଦୁର୍ଘଟଣା : କାରରେ ଲାଖି ଯାଇଥିଲା ବାପ-ପୁଅଙ୍କ ମୃତଦେହ

Published By : Prameya-News7 Bureau | July 21, 2020 IST

ଫଜିଲକା ୨୧/୭: କ୍ୟାଣ୍ଟର ଏବଂ ଅଲ୍ଟୋ​ କାର୍ ମଧ୍ୟରେ ଜୋରଦାର ଧକ୍କା ହୋଇଯାଇଛି। ଏଥିରେ ବାପା-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଘଟିଛି ଫଜିଲ୍କା ଜିଲ୍ଲାର ଅବୋହର ଗଙ୍ଗା ନଗର ରୋଡ​‌ର ଉସ୍ମାନ ଖେଡ଼ା ଗାଁ ନିକଟରେ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିଲା ଏବଂ ମୃତଦେହ କାରରେ ଚାପି ହୋଇଯାଇଥିଲା। ଘଟଣାସ୍ଥଳରେ ୭୦ବର୍ଷୀୟ ବୃଦ୍ଧ କାଲୁରାମ ଏବଂ ତାଙ୍କ ପୁଅ ମାଙ୍ଗତରାମଙ୍କ ମୃତ୍ୟୁ ହୋଇଯାଇଥିଲା ସେମାନେ ବୋଦଲା ଗାଁର ବାସିନ୍ଦା ଥିଲେ। ସୂଚନା ପାଇ ପୋଲିସ୍ ସେଠାରେ ପହଞ୍ଚି ମୃତଦେହକୁ ବାହାର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.