ହତ୍ୟା ନା ଆତ୍ମହତ୍ୟା ! ଇଟାଭାଟିରୁ ବାପା ପୁଅଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 05, 2018 IST

ସୁନ୍ଦରଗଡ଼ ୫/୧୦ : ସୁନ୍ଦରଗଡ ହେମଗିରି ଥାନା ଅନ୍ତର୍ଗତ ବାଙ୍କିବାହାଲ ତେତେଲଗଡି ମୁଣ୍ଡା ହିଡ ନିକଟରୁ ବାପ ପୁଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବାପ ପୁଅ ସର୍ଗିପାଲି ନିକଟସ୍ଥ ପୋଡମୁଣ୍ଡି ଗ୍ରାମର ମୋହନ ଭଇଁଶାଳ ଓ ତାଙ୍କ ପୁଅ ଅନାଦି ଭଇଁଶାଳ । ମୃତଦେହ ନିକଟରେ ବିଷ ବୋତଲ ପଡିଥିବା ଦେଖିବାକୁ ମିଳିଛି । ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଖବରପାଇ ଘଟଣାସ୍ଥଳରେ ହେମଗିରି ପୋଲିସ ପହଂଚି ଛାନଭିନ କରୁଛି । ପୋଷ୍ଟ ମୋଟମ ପରେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୋଲିସ ଜଣାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.