ଗରିବଙ୍କ ପାଇଁ କିଏ ? ପିଲାଙ୍କ ଅନଲାଇନ ପାଠ ପାଇଁ ଦରକାର ହେଲା ସ୍ମାର୍ଟ ଫୋନ୍, ଦୁହାଳିଆ ଗାଈକୁ ୬୦୦୦ରେ ବିକିବାକୁ ବାଧ୍ୟ ହେଲା ବାପ

Published By : Prameya-News7 Bureau | July 23, 2020 IST

ଜ୍ବାଲାମୁଖୀ( ହିମାଚଳପ୍ରଦେଶ) ଅଭାବୀଙ୍କ ପାଇଁ ଆନେକ ଯୋଜନା, କିନ୍ତୁ ହିତାଧୀକାରୀ ଚୟନରେ ଯଦି ପ୍ରିୟାପ୍ରିତି ଏବଂ ତ୍ରୁଟି ହୁଏ ତେବେ ବିକାଶ କଥା ଭାବିବା କିପରି ? କରୋନା ଜନୀତ ଅସାଧାରଣ ପରିସ୍ଥିତିରେ ସ୍କୁଲ- କଲେଜ ବନ୍ଦ । ଅନଲାଇନ ପାଠ ପଢା ଉପରେ  ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ଫୋକସ ।ପାଠ ପଢା ବି ଚାଲିଛି ଅନଲାଇନ୍‌ରେ । କିନ୍ତୁ ସେଥିଲାଗି ସମସ୍ତଙ୍କ ପାଖରେ ଅଛିକି ସର୍ବନିମ୍ନ ସୁବିଧା ?  ସ୍ମାର୍ଟ ଫୋନ୍ , ଇଣ୍ଟରନେଟ ଆଉ କମ୍ପ୍ୟୁଟର ଅଛିକି ପିଲାଙ୍କ ପାଖରେ ?  ସବୁ ଅଭିଭାବକଙ୍କ ପାଖରେ ଅଛି କି ସାମର୍ଥ୍ୟ ? ଯୋଜନାର ତ୍ରୁଟି ଏବଂ ଯଥାର୍ଥ  ହିତାଧିକାରୀଙ୍କ ସ୍ବାର୍ଥ ପ୍ରତି ଦାୟିତ୍ୱ ଅଧିକାରୀ ଏବଂ ଯୋଜନା ରୂପାୟନକାରୀଙ୍କ ଅବହେଳାରୁ ଅନେକ ଅଭାବୀ ଭୋଗୁଛନ୍ତି ଯନ୍ତ୍ରଣା । ହିମାଚଳ ପ୍ରଦେଶର କଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ଜ୍ବାଲାମୁଖୀ ବିଧାନସଭା କ୍ଷେତ୍ର୍ରର ଜଣେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ  ଦୁଃଖ ଜାଣିଲେ ଶାସନ ଓ ବ୍ୟବସ୍ଥା ନେଇ ମନରେ ନିଶ୍ଚୟ କ୍ଷୋଭ ଆସିବ । 

  ନିଜର ଦୁଇ ପିଲାଙ୍କ ଅନଲାଇନ ପାଠ ଲାଗି ବିଚରା ବାପ ତାର ଦୁଧିଆଳି ଗାଈକୁ ମାତ୍ର ୬ ହଜାର ଟଙ୍କାରେ ବିକିବାକୁ ବାଧ୍ୟ ହେଲା । କାରଣ ପିଲାଙ୍କ ପଢିବା ଲାଗି ସ୍ମାର୍ଟ ଫୋନ ଦରକାର । ଆଉ ତାହା କିଣିବାକୁ ଅଭାବୀ ବାପ ପାଖରେ ଟଙ୍କା ନଥିଲା । ବ୍ୟାଙ୍କ କିମ୍ବା ସମବାୟ ସମିତି କିମ୍ବା କେହି ବି ଋଣ କିମ୍ବା ଉଧାର ଦେଲେ ନି । ଗାଈ ଟିକୁ ବିକିବା ଛଡା ଆଉ କିଛି ବାଟ ନଥିଲା । ଦି ଟ୍ରିବ୍ୟୁନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜ୍ବାଲାମୁଖୀ ଅନ୍ତର୍ଗତ ଗୁମର ଗାଁର ଏହି ଅଭାବୀ ଲୋକଟି ହେଲେ କୁଲଦୀପ କୁମାର । ଗତ ମାର୍ଚ୍ଚରେ କରନୋ ଗାଇଡଲାଇନ୍ସ କାରଣରୁ ପିଲାଙ୍କ ସ୍କୁଲ ବନ୍ଦ ହେଲା । ତାପରେ ଅନଲାଇନ କ୍ଲାସ ଆରମ୍ଭ କରିଦେଲା ସ୍କୁଲ । କୁଲଦୀପଙ୍କ ଦୁଇ ସନ୍ତାନ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀରେ ପଢନ୍ତି । ସ୍କୁଲ ପକ୍ଷରୁ ଅନଲାଇନ ପାଠ ପଢା ଯୋଗୁଁ ପିଲାଙ୍କ ଲାଗି ଏକ ସ୍ମାର୍ଟ ଫୋନ୍‌ ନିହାତି ଦରକାର ହେଲା । ବିଚରା ଅଭାବୀ କୁଲଦୀପଙ୍କ ପାଖରେ ସେଥିପାଇଁ  ଟଙ୍କା ନଥିଲା ।

{"id":304607,"width":746,"height":560,"sizeSlug":"large"}

 ଟଙ୍କା ଯୋଗାଡ ଲାଗି ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣକାରୀ, ସମସ୍ତଙ୍କୁ ଋଣ ପାଇଁ ଅନୁରୋଧ କରି ବି କୁଲଦୀପ ନିରାଶ ହେଲେ । ତାଙ୍କର ଦୁର୍ବଳ ଆର୍ଥୀକ ସ୍ଥିତି ଲାଗି କେହି ଟଙ୍କା ଦେଲେନି । କୁଲଦୀପ ବାଧ୍ୟ ହେଲେ ତାଙ୍କର ରୋଜଗାରିଆ ଆଉ ଦୁଧିଆଳି ଗାଈ ଟିକୁ ବିକିବାକୁ । ମାତ୍ର ୬ ହଜାର ଟଙ୍କାରେ ଗାଈ ବିକିଲେ ଆଉ ଦୁଇ ପିଲାଙ୍କ ପାଠ ପଢା ଲାଗି  କିଣିଲେ ସ୍ମାର୍ଟ ଫୋନ୍ ।

 ଆହୁରି ଦୁଃଖଦ ହେଲା ଗରିବ କୂଲଦୀପ ଏକ ଝାଟିମାଟିର ଘରେ ରୁହନ୍ତି ।କିନ୍ତୁ ତାଙ୍କର ବିପିଏଲ କାର୍ଡ ନାହିଁ ।ଆଇଆରଡିପି ଯୋଜନାରେ ବି ତାଙ୍କ ନାମ  ନାହିଁ । ତାହାହେଲେ ଯୋଜନା ସବୁ କାହା ପାଇଁ  ?  ପରବର୍ତ୍ତୀ ସମୟରେ ଗଣମାଧ୍ୟମରୁ ଖବର ପାଇ ବିଧାୟକ ମହାଶୟ ଏଥିଲାଗି ପଦକ୍ଷେପ ନେବେ ଓ ପ୍ରାଶାସନୀକ ଅଧିକାରୀଙ୍କୁ କହିବେ ବୋଲି କହିଛନ୍ତି । କିନ୍ତୁ ତାହା କେବେ ?

 ହିମାଚଳ ପ୍ରଦେଶର କୂଲଦୀପଙ୍କ ଭଳି ସାରା ଦେଶରେ ଅନେକ ଅଭାବୀ ଓ ଆମ ରାଜ୍ୟ ଓଡ଼ିଶାରେ ବି ।କିଏ ସାମ୍ନାକୁ ଆସୁଛି ତ କିଏ ଯନ୍ତ୍ରଣାରେ ଷଢୁଛି । ଏହାର ସମାଧାନ କେଉଁଠି ? ସମାଜର ଏହି ଅବହେଳିତଙ୍କୁ ବାଦ ଦେଇ ସମୃଦ୍ଧ ଏବଂ ବିକଶିତ ଭାରତ ସମ୍ଭବ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.