ଘରୋଇ କଳି ହେଲା କାଳ, ବାପାର ଗୁଳି ମାଡ଼ରେ ପୁଅ ମୃତ

Published By : Prameya-News7 Bureau | September 10, 2021 IST

କଟକ, ୧୦/୦୯: ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବେଣ୍ଟୁଆରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି କାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଘରୋଇ କଳହକୁ କେନ୍ଦ୍ର କରି ବାପା ନିଜ ପୁଅକୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ବେଣ୍ଟୁଆ ଗ୍ରାମର ଯଦୁମଣି ମୁଣ୍ଡା ଘରୋଇ କଳିକୁ ନେଇ ନିଜ ପୁଅ ଶିବ ମୁଣ୍ଡାକୁ ଏକ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଛି । ଏହି ଘଟଣା ଅପରାହ୍ନ ୫ଟା ସମୟରେ ଘଟିଛି । ଘଟଣା ସ୍ଥାନରେ ବାରଙ୍ଗ  ପୋଲିସ ପହଂଚି ତଦନ୍ତ ଚଳାଇଥିବା ବେଳେ ମୃତ ଶରୀର ଏବେ ଘଟଣାସ୍ଥଳରେ ପଡିରହିଛି । ଅନ୍ୟପଟେ ଅଭିଯୁକ୍ତ ବାପା ଫେରାର ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.