ନୃଶଂସ ବାପା : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା, ପୋଡିଯାଇଛି ଶରୀରର ୬୫ ଭାଗ

Published By : Prameya-News7 Bureau | January 19, 2021 IST

ହାଇଦ୍ରାବାଦ ୧୯।୧: ତେଲଙ୍ଗାନା ହାଇଦ୍ରାବାଦରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ପାଠପଢା ପାଇଁ ନିଜ ୧୦ ବର୍ଷର ପୁଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ଛୁଆଟି ଦେହର ୬୫ ପ୍ରତିଶତ ପୋଡିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ଅଞ୍ଚଳରେ ଚୌକିଦାର ଥିବା ଆର୍. ବାଲୁ ନିଜ ପତ୍ନୀ ଏବଂ ନିଜ ପିଲାମାନଙ୍କ ସହ ରହୁଥିଲେ । ତାଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ଥିଲେ । ସାନ ପୁଅ ଚରଣ ପାଠ ପଢାରେ ମନ ଦେଉନଥିଲେ । ରବିବାର ଦିନ ଚରଣ ଟିଭି ଦେଖୁଥିବା ବେଳେ ବାଲୁ ଉତକ୍ଷୀପ୍ତ ହୋଇ ତାକୁ ପିଟିଥିଲେ ଏବଂ ଜୀଅନ୍ତା ଜଳାଇ ଦେଇଥିଲେ ।

ଘଟଣା ସଂପର୍କରେ ପଡୋଶୀ ଜାଣିବା ପରେ ଘଟଣାସ୍ଥଳକୁ ଆସି ଜଳୁଥିବା ଅବସ୍ଥାରେ ଚରଣଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ପୋଲିସକୁ ପଡୋଶୀ ଲୋକ ଜଣାଇଥିଲେ । ଘଟଣା ବେଳେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ସନ୍ଦେହ କରୁଛି । ଅଭିଯୁକ୍ତ ବାଲୁ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ବାଲୁ ଫେରାର ହୋଇଯାଇଛି । ପୋଲିସ ଅଭିଯୁକ୍ତର ବାପାଙ୍କୁ ନେଇ ପଚରାଉଚରା କରୁଛି । ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.