ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଘଟଣାରେ ବାପାକୁ ୧୦ବର୍ଷ ଜେଲ୍

Published By : Prameya-News7 Bureau | August 18, 2019 IST

ଗଞ୍ଜାମ ୧୮/୮: ୨୦୧୬ମସିହାରେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଘଟଣାରେ ବାପାକୁ ୧୦ବର୍ଷ ଜେଲ୍ ଦଣ୍ଡ ସହ ୧୭ହଜାର ଟଙ୍କାର ଜୋରିମାନା ଦଣ୍ଡ ଶୁଣାଯାଇଛି। ବ୍ରହ୍ମପୁର ଏ.ଡି.ଜେ -୨ କୋର୍ଟଙ୍କ ରାୟ ଅନୁସାରେ ଅଭିଯୁକ୍ତକୁ ଏହି ଦଣ୍ଡ ଶୁଣାଯାଇଛି।

ଅଭିଯୁକ୍ତ ବାପାର ନାଁ ଟିକିରି ନାହାକ । ୨୦୧୬ ମସିହା ଫେବୃଆରୀ ମାସ ୫ ତାରିଖରେ ଟିକିରି ତା’ର ଝିଅକୁ ଦୁଷ୍କର୍ମ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.