ଝିଅର ସ୍କୁଲ ହ୍ବାଟ୍ସଆପ୍ ଗ୍ରୁପ୍‌ରେ ବାପା ପଠାଇଲା ଅଶ୍ଲୀଳ ଭିଡିଓ: ଅଭିଯୋଗ ପରେ ଗିରଫ୍

Published By : Prameya-News7 Bureau | September 20, 2021 IST

ଜୟପୁର ୨୦/୦୯ : ରାଜସ୍ଥାନର ଜୟପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏକ ଅନଲାଇନ୍ କ୍ଲାସ୍ ସମୟରେ, ଜଣେ ଝିଅର ପିତା 'ହଠାତ୍' ସ୍କୁଲ୍‌ର ହ୍ବାଟ୍ସଆପ୍‌ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇ ଦେଇଥିଲେ । ଏନେଇ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇ ତାଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଛି ।

ଏଭଳି କାଣ୍ଡ ଘଟାଇଛନ୍ତି ଜୟପୁରରେ ରହୁଥିବା ଜଣେ ପିତା ଭୁଲରେ ତାଙ୍କ ଝିଅର ସ୍କୁଲ ହ୍ବାଟ୍ସଆପ୍‌ ଗ୍ରୁପରେ ୧୦ଟି ଅଶ୍ଳୀଳ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଅନଲାଇନ୍ କ୍ଲାସ୍ ସମୟରେ ଗ୍ରୁପରେ ଆସିଥିବା ଏହି ଅଶ୍ଳୀଳ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଦେଖିବା ମାତ୍ରେ ପିଲାମାନଙ୍କର ଅଭିଭାବକଙ୍କ ସହିତ ବିଦ୍ୟାଳୟ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ଏନେଇ  ସ୍କୁଲ ପ୍ରଶାସନ ନିଜେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଏହା ପରେ ଜୟପୁରର ମୁଖ ଅଞ୍ଚଳରେ ଥିବା କଲ୍ୟାଣପୁରର ସରକାରୀ ବିଦ୍ୟାଳୟରେ ଅନଲାଇନ୍ ଅଧ୍ୟୟନ ସମୟରେ ସ୍କୁଲ୍‌ର ହ୍ବାଟସଆପ୍ ଗ୍ରୁପ୍‌ରେ ପିଲାମାନଙ୍କ ମୋବାଇଲରେ ଗୋଟିଏ ପରେ ଗୋଟିଏ ୧୦ ଟି ଅଶ୍ଳୀଳ ଭିଡିଓ ଆସିଥିଲା। ସୂଚନା ପାଇବା ମାତ୍ରେ ପ୍ରିନ୍ସପାଲ୍ ରାମ ପ୍ରସାଦ ଚାୱଲା ମୁହାନା ପୋଲିସ ଷ୍ଟେସନରେ POCSO ଆକ୍ଟ ଅନୁଯାୟୀ ଏକ ମାମଲା ଦାୟର କରିଥିଲେ। ତେବେ ସୂଚନା ଅନୁଯାୟୀ ଜଣାପଡିଛି ଯେ ୫ମ ଶ୍ରେଣୀ ଛାତ୍ରୀଙ୍କ ପିତାଙ୍କ ସାବୀର ଅଲିଙ୍କୁ ପୋଲିସ ଗିରଫ କରିଛି।

ଏହି ଅଶ୍ଳୀଳ ଭିଡିଓ କୌଣସି ସ୍ଥାନରୁ ଆସିଛି ଏବଂ ଭୁଲରେ ସ୍କୁଲ ଗ୍ରୁପକୁ ପଠା ଯାଇଛି। ଝିଅର ଅନଲାଇନ୍ କ୍ଲାସ୍ ଏବଂ ହୋମୱାର୍କ ପାଇଁ ମୋବାଇଲକୁ ସଂଯୋଗ କରିବା ପାଇଁ ସ୍କୁଲରୁ ୨ଟି ଫୋନ୍ ନମ୍ବର ଆସିଥିଲା ​​ଏବଂ ଅଭିଯୁକ୍ତ ସେମାନଙ୍କୁ ଲିଙ୍କ୍ କରୁଥିଲା । ଏହି ସମୟରେ, ଭୁଲରେ, ଏହି ଅଶ୍ଳୀଳ ଭିଡିଓ ଗ୍ରୁପ୍‌କୁ ପଳାଇ ଯାଇଥିଲା । ପୋଲିସର ସୂଚନାନୁସାରେ, ଏହା ଏକ ଗୁରୁତର ଅପରାଧକୁ POCSO ଅଧିନିୟମ ଅନୁଯାୟୀ  ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ଏହାକୁ ଏକ ଗୁରୁତର ଅପରାଧ ବୋଲି ବିଚାର କରି ପୋଲିସ POCSO ଆକ୍ଟ ବ୍ୟତୀତ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.